Latest Odisha News

BREAKING NEWS

ଦୁନିଆର ସବୁଠାରୁ ସୁଖୀ ମଣିଷ ହେବା ପଛରେ କଣ ରହିଛି ‘ମାଥ୍ୟୁ’ଙ୍କ ରହସ୍ୟ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଖୁସି ବ୍ୟକ୍ତି ହେଉଛନ୍ତି ମାଥ୍ୟୁ ରିଚାର୍ଡସ୍। ମାଥ୍ୟୁ ରିଚାର୍ଡସ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ରେ ସେ ଶେଷ ଥର ପାଇଁ ଦୁଃଖୀ ହୋଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ସେ ଆଉ କେବେ ବି ଦୁଃଖୀ ହୋଇନାହାନ୍ତି। ତାଙ୍କର ଏହି ଚରିତ୍ର ଦ୍ୱାରା ପ୍ରଭାବିତ ହୋଇ ଆମେରିକୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ତାଙ୍କ ଉପରେ ଗବେଷଣା ଆରମ୍ଭ କରିଛି। ତାଙ୍କର ସୁଖର ରହସ୍ୟ ଜାଣିବାକୁ, ୧୨ ବର୍ଷ ଧରି ଗବେଷଣା କରାଯାଇଛି। ତାଙ୍କ ଫଳାଫଳକୁ ଜାଣିବା ପାଇଁ ତାଙ୍କ ମନରେ ମୋଟ ୨୫୬ ସେନ୍ସର ରଖି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ ପ୍ରକୃତରେ ଖୁସି ଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ ମିଳିତ ଜାତିସଂଘ ତାଙ୍କୁ ୨୦୧୬ରେ ହାପିନେସ୍‌ ରିପୋର୍ଟରେ ଦୁନିଆର ସବୁଠାରୁ ଖୁସି ବ୍ୟକ୍ତି ବୋଲି ଘୋଷଣା କରିଛି। ବର୍ତ୍ତମାନ ସୁଖ କେବଳ ତାଙ୍କ ଜୀବନର ଏକ ଅଂଶ ନୁହେଁ, ବରଂ ଏକ ଅଭ୍ୟାସରେ ପରିଣତ ହୋଇଛି।

ଆମେରିକୀୟ ବିଶ୍ୱବିଦ୍ୟାଳୟ ମାଥ୍ୟୁଙ୍କ ସର୍ବଦା ସୁଖମୟ ଜୀବନର ରହସ୍ୟ ଜାଣିବା ପାଇଁ ଅନେକ ଗବେଷଣା କରିଥିଲା। ସବୁଠାରୁ ଖରାପ ସମୟରେ ବି ତାଙ୍କ ମସ୍ତିଷ୍କର ପ୍ରତିକ୍ରିୟା କିପରି ରହୁଛି ତାହା ମଧ୍ୟ ଜଣାପଡ଼ିଥିଲା। ଏସବୁ ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଭଳି ଲକ୍ଷଣ ଦୁନିଆର ଖୁବ୍‌ କମ୍‌ ଲୋକଙ୍କଠାରେ ଦେଖାଯାଇଥାଏ। ଯେକୌଣସି ପରିସ୍ଥିତିରେ ସୁଖର ସ୍ତର ବଢାଇବା ପାଇଁ ଗାମା ତରଙ୍ଗ କାମ କରିଥାଏ।

ଗାମା ତରଙ୍ଗ ବିଷୟରେ ମାଥ୍ୟୁ କହିଛନ୍ତି ଯେ ସେ ନିଜେ ଏହି ତରଙ୍ଗକୁ ବିକଶିତ କରିଛନ୍ତି। ମାଥ୍ୟୁ ଉପରେ କରାଯାଇଥିବା ଅନୁସନ୍ଧାନରେ କୁହାଯାଇଛି ଯେ ମସ୍ତିଷ୍କ ଭିତରେ ୪ଟି ବିଶେଷ ରାସାୟନିକ ପଦାର୍ଥର ଉପସ୍ଥିତି ଜଣେ ବ୍ୟକ୍ତିଙ୍କୁ ଖୁସି କରିଥାଏ।

Leave A Reply

Your email address will not be published.