Latest Odisha News

BREAKING NEWS

ଆଇପିଏଲ: ବିପଦରେ ଏହି ୩ କ୍ରିକେଟେରଙ୍କ ଅଧିନାୟକ ପଦ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଂଟସ, କୋଲକତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହି ୩ ଦଳର ଅଧିନାୟକ ଆଇପିଏଲର ଆଗାମୀ ସଂସ୍କରଣ ସେମାନଙ୍କ ପଦ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଛି । ସେମାନେ ହେଲେ ରିଷଭ ପନ୍ତ, ଅଜିଙ୍କ୍ୟ ରାହାନେ ଓ ଅକ୍ଷର ପଟେଲ । ଅଧିନାୟକ ହେବା ପରେ ଅକ୍ଷରଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇଛି । ସେ ୯ଟି ଇନିଂସରେ ମାତ୍ର ୧୦୦ ରନ କରିଥିବା ବେଳେ ୧୨ଟି ଗେମରେ ୧୦ଟି ୱିକେଟ ଅକ୍ତିଆର କରିଛନ୍ତି । ରିପୋର୍ଟ ମୁତାବକ ଦିଲ୍ଲୀ ଟିମ ତାର କୋଚିଂ ଷ୍ଟାଫ ବଦଳାଇବା ପାଇଁ ମଧ୍ୟ ନିଷ୍ପତି ନେଇଛି ।

ସେହିପରି ଆଇପିଏଲର ଦାମୀ ଖେଳାଳି ପନ୍ତ ମଧ୍ୟ ସମସ୍ତ ବିଭାଗରେ ନିରାଶ କରିଛନ୍ତି । ଏଲଏସଜି ସଞ୍ଜୀବ ଗୋଏଙ୍କା ତାଙ୍କୁ ଆଉ ଅଧିନାୟକ ପଦ ଦେବା ମୁଡରେ ନାହାନ୍ତି । ତାଙ୍କ ସ୍ଥାନରେ କିଏ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇପାରିବ ସେ ନେଇ ବିଚାର ବିମର୍ଶ ଚାଲିଛି । ପନ୍ତ ମାତ୍ର ୨୫୧ ରନ ସଂଗ୍ରହ କରିଛନ୍ତି । ୧୧ଟି ଗେମରେ ସେ ମାତ୍ର ୯ଟି ଛକା ମାରିଛନ୍ତି । କେକେଆର ଅଜିଙ୍କ୍ୟ ରାହାଣେ ତାଙ୍କୁ ପ୍ରମାଣିତ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପାଇଥିଲେ । ସେ ମଧ୍ୟ ଏହାକୁ ହାତଛଡା କରିଛନ୍ତି । ରାହାଣେ ୨୩୭ ରନ କରିଥିବା ବେଳେ ତାଙ୍କ ନେତୃତ୍ୱ ଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଏହି ୩ଟି ଟିମ ପ୍ଲେ ଅଫ ଦୌଡରୁ ଏକପ୍ରକାର ବାଦ ପଡି ସାରିଛନ୍ତି କହିଲେ ଭୁଲ ହେବନି । ପନ୍ତ ଓ ଅକ୍ଷରଙ୍କୁ ଫ୍ରାଂଚାଇଜରମାନେ ନେବା ପାଇଁ ଅବଶ୍ୟ ଆଗ୍ରହ ପ୍ରକାଶ କରିବେ କିନ୍ତୁ ରାହାଣେଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.