Latest Odisha News

BREAKING NEWS

ଯୁବରାଜଙ୍କଠାରୁ ପାୱାର ହିଟିଂ ଶିଖୁଛନ୍ତି ରିଷଭ ପନ୍ତ

ନୂଆଦିଲ୍ଲୀ: ଆଇପିଏଲର ଗତ ସିଜନରେ ରିଷଭ ପନ୍ତ ଭଲ ପ୍ରଦର୍ଶନ କରିପାରି ନ ଥିଲେ । ଏବେ ଆଗାମୀ ସଂସ୍କରଣ ପୂର୍ବରୁ ଯୁବରାଜ ସିଂଙ୍କ ନିକଟରୁ ରିଷଭ ପନ୍ତ ପାୱାର ହିଟିଂ ଶିଖୁଛନ୍ତି । ଯୁବରାଜ ତାଙ୍କୁ ବଡ ବଡ ଶଟ କିପରି ଖେଳାଯିବ ସେ ନେଇ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେଉଛନ୍ତି । ବାମହାତୀ ବୋଲରଙ୍କ ବିପକ୍ଷରେ ପନ୍ତ କ୍ରିଜରେ ଛିଡା ହେବା ଶୈଳୀରେ ପରିବର୍ତନ କରିଛନ୍ତି । ଏହା ଦ୍ୱାରା ଅଫସାଇଡରେ ତାଙ୍କୁ ବଡ ଶଟ ଖେଳିବା ପାଇଁ ସୁଯୋଗ ମିଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ପନ୍ତ ଆଘାତ ସମସ୍ୟାରେ ପଡିଥିଲେ ।

ସେବେଠାରୁ ସେ ଆଉ କୌଣସି ଆନ୍ତର୍ଜାତୀୟ ସିରିଜ ଖେଳି ନାହାନ୍ତି । ଯୁବରାଜଙ୍କଠାରୁ ପ୍ରଶିକ୍ଷଣ ନେବା ପାଇଁ ଏବେ ଯୁବ ଖେଳାଳିମାନଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଶୁଭମନ ଗିଲ, ଅଭିଷେକ ଶର୍ମା ଓ ପ୍ରଭସିମ୍ରନ ସିଂ ତାଙ୍କଠାରୁ ପ୍ରଶିକ୍ଷଣ ନେବା ପରେ ଭଲ ପ୍ରଦର୍ଶନ ଜାରୀ ରଖିଛନ୍ତି । ତେବେ ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ କିନ୍ତୁ ଟି୨୦ ବିଶ୍ୱକପ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନିକଟରୁ ବ୍ୟାଟିଂ ଟିପ୍ସ ନେଇଥିଲେ ।

Leave A Reply

Your email address will not be published.