ନୂଆଦିଲ୍ଲୀ: ୨୦୨୨ ମସିହାରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହେବାସହ କାରରେ ନିଆଁ ମଧ୍ଯ ଲାଗିଯାଇଥିଲା। ସେହି ସମୟରେ ତାଙ୍କୁ ଦୁଇ ଜଣ ଲୋକ ଉଦ୍ଧାର କରିଥିଲେ। ପନ୍ତ ତାଙ୍କ ଜୀବନ ରକ୍ଷା କରିଥିବା ସେହି ଲୋକଙ୍କୁ ନ ଭୁଲି ସେମାନଙ୍କୁ ଦୁଇଟି ସ୍କୁଟର ଉପହାର ସ୍ବରୂପ ଦେଇଥିଲେ। ତେବେ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଋଷଭ ପନ୍ତଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ସୂଚନା ଅନୁଯାୟୀ, ଋଷଭ ଦିଲ୍ଲୀରୁ ଘରକୁ ଫେରୁଥିଲାବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଯାହାପରେ ଏହି ଦୁଇଜଣ ବ୍ୟକ୍ତି ପନ୍ତଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ ଓ ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ତାଙ୍କ ଜୀବନ ରକ୍ଷା କରିଥିବା ସେହି ଦୁଇ ଯୁବକଙ୍କୁ ଋଷଭ ଏହି ଉପହାର ଦେଇଛନ୍ତି।
ତେବେ ଅଷ୍ଟ୍ରେଲୀୟ ଚ୍ୟାନେଲ ସେଭେନ ପ୍ଲସ ପନ୍ତଙ୍କ ଏକ ଭିଡିଓ ସେୟାର କରି ପ୍ରଶଂସା କରିଛି।
କାର ଦୁର୍ଘଟଣା ପରେ ପନ୍ତ ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାଦ୍ ପଡିଥିଲେ। ଏହା ସହିତ ସେ ଆଇପିଏଲ୍ ର ଗୋଟିଏ ସିଜନ ମଧ୍ୟ ଖେଳିନଥିଲେ।