ମୁମ୍ବାଇ: ବି-ଟାଉନର ଚକୋଲେଟ୍ ବୟେ ରଣବୀର କପୁର ତାଙ୍କ ଚଳଚ୍ଚିତ୍ର ପାଇଁ ଯେତିକି ନୁହେଁ ତାଠାରୁ ଅଧିକ ଚର୍ଚ୍ଚାରେ ଥାଆନ୍ତି ନିଜ ଆଫେୟାର୍ସ ପାଇଁ । ବଲିଉଡର ଅନେକ ସୁନ୍ଦରୀଙ୍କୁ ଡେଟ କରିବା ପରେ ରଣବୀର କପୁର ବର୍ତ୍ତମାନ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ଅଛନ୍ତି ରିଲେସନସିପରେ।
ଆଲିଆଙ୍କର ମଧ୍ୟ କପୁର ପରିବାର ସହିତ ରହିଛି ବହୁତ ଭଲ ସମ୍ବନ୍ଧ । ତେବେ ଗତ ସପ୍ତାହରେ ଦେହାନ୍ତ ହୋଇଥିବା ରଣବୀରଙ୍କ ପିତା ରିଷି କପୁର ଚାହୁଁଥିଲେ ଯେ ତାଙ୍କ ପୁଅ ରଣବୀରର ବିବାହ ବଲିଉଡର ଅନ୍ୟଜଣେ ସେଲିବ୍ରେଟି ସହ କରିବାକୁ ।
ଆପଣ ଅନୁମାନ କରିପାରିବେ କି ସେହି ସେଲିବ୍ରେଟି ଜଣଙ୍କ କିଏ? ସେ ହେଉଛନ୍ତି ରଣବୀରଙ୍କ ବେଷ୍ଟ ଫ୍ରେଣ୍ଡ ଆୟାନ୍ ମୁଖାର୍ଜୀ।
Best friends!How about you both getting married now? High time! pic.twitter.com/DnWEmN8nI7
— Rishi Kapoor (@chintskap) June 30, 2018
୨୦୧୮ରେ ରିଷି ଆୟାନ ମୁଖାର୍ଜୀଙ୍କ ସହ ରଣବୀରଙ୍କ ଏକ ଚିତ୍ର ଟ୍ୱିଟ କରିଥିଲେ। ଏହି ଟ୍ୱିଟରେ ରିଷି ଲେଖିଥିଲେ, “ବେଷ୍ଟ ଫ୍ରେଣ୍ଡ!ତୁମେ ଦୁହେଁ ବିବାହ କରିଗଲେ କେମିତି ହେବ” ?
ଆୟାନ୍ ମୁଖାର୍ଜୀ ରଣବୀରଙ୍କ ଅଭିନୀତ ‘ୱେକଅପ ସିଡ’ ନିର୍ଦେଶନା ଦେଇଥିଲେ ଏବଂ ସେବେଠାରୁ ଦୁହେଁ ଭଲ ବନ୍ଧୁ ପାଲଟି ଯାଇଛନ୍ତି।
ଏହି ୨ ଘନିଷ୍ଠ ବନ୍ଧୁ ଏକତ୍ର ଛୁଟିର କାଟିବା ସହ ଅନେକ ପାର୍ଟିରର ମଧ୍ୟ ଏକଠି ନଜର ଆସନ୍ତି । ଆୟାନଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ରଣବୀର ଏବଂ ଆଲିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ସିନେମାରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଆକ୍କିନେନି, ଡିମ୍ପଲ୍ କାପାଡିଆ ଏବଂ ମୋନି ରୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।
Comments are closed.