Latest Odisha News

BREAKING NEWS

ଜୁନ ସୁଦ୍ଧା ଭାରତରେ ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ କରୋନା ଭାଇରସ: ଏମ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ବିଶ୍ୱକୁ କବଳିତ କରିସାରିଥିବା କରୋନାଭାଇରସର ଏହି ଧାରା ବର୍ତ୍ତମାନ ଜାରି ରହିବ । ଜୁନ ମାସ ସୁଦ୍ଧା ଏହା ଭାରତରେ ସର୍ବୋଚ୍ଚ ଶିଖର ସ୍ପର୍ଶ କରିବ । କିନ୍ତୁ ଏହା ପରେ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବା ଆରମ୍ଭ କରିବ ବୋଲି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି।

BjdElectrycity

ସଠିକ ସମୟରେ ଲକଡାଉନ ଯୋଗୁଁ ଅନ୍ୟ ଦେଶ ତୁଳନାରେ ଭାରତରେ ସଂକ୍ରମଣ ମାମଲାକୁ କମ୍ ରଖିବାରେ ସାହାଯ୍ୟ କରିଛି ବୋଲି ଗୁଲେରିଆ କହିଛନ୍ତି ।

ଜୁନ୍ ମାସ ସୁଦ୍ଧା ଭାରତରେ ଏହି ସଂଖ୍ୟା ସର୍ବାଧିକ ହେବ। ଏହି ରୋଗର ପ୍ରଭାବ କେତେ ଦିନ ପର୍ଯ୍ୟନ୍ତ ଚାଲିବ ସେ ନେଇ ପୂର୍ବାନୁମାନ କରିପାରିନଥିଲେ ମଧ୍ୟ ସେ କହିଛନ୍ତି ଯେ, “ଥରେ କୌଣସି ରୋଗ ଶିଖରକୁ ସ୍ପର୍ଶ କରିବା ପରେ ଏହାର ପ୍ରଭାବ କମିବା ଆରମ୍ଭ ହୋଇଥାଏ ।

Leave A Reply

Your email address will not be published.