Latest Odisha News

BREAKING NEWS

ସିବିଆଇ ନିର୍ଦ୍ଦେଶକ ଭାବେ ଋଷି କୁମାର ଶୁକ୍ଳାଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଭାବେ ଋଷି କୁମାର ଶୁକ୍ଳା ସୋମବାର ଦିନ ନିୟମିତ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସିବିଆଇର ଏହି ମୁଖ୍ୟ ପଦବୀକୁ ସେ କାମଚଳା ନିର୍ଦ୍ଦେଶକ ଏମ ନାଗେଶ୍ୱର ରାଓଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ନୂତନ ଭାବେ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଋଷି କୁମାର ଶୁକ୍ଳା ମଧ୍ୟପ୍ରଦେଶ କ୍ୟାଡ଼ର ତଥା ୧୯୮୩ ବ୍ୟାଚର ଜଣେ ଆଇପିଏସ ଅଧିକାରୀ । ଏହି ପଦବୀରେ ତାଙ୍କୁ ଅବସ୍ଥାପିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ନିଷ୍ପତ୍ତି ନେଇଥିଲା । ଏହି କମିଟିରେ ସୁପ୍ରିମ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ତଥା ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ରହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୂର୍ବରୁ ଏହି ପଦବୀରୁ ହଟାଇ ଦିଆଯାଇ ଆଇପିଏସ ଏମ ନାଗେଶ୍ୱର ରାଓଙ୍କୁ ଏହି ପଦବୀରେ କାମଚଳା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.