Latest Odisha News

BREAKING NEWS

ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ: ସ୍ଥାନାନ୍ତରୀତ ହୋଇଥିବା ୨ ରୋଗୀଙ୍କ ମୃତ୍ୟୁ ନେଇ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀର ଆପୋଲୋ ହସ୍ପିଟାଲରେ ଫେବୃଆରୀ ୨ ତାରିଖରେ ହୋଇଥିବା ଅଗ୍ନିକାଣ୍ଡ ଯୋଗୁଁ ପୂର୍ବରୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ୨୬ ଜଣ ରୋଗୀଙ୍କୁ ଅନ୍ୟ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା, ମାତ୍ର ଏହି ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକ ରୋଗୀଙ୍କ ପରିବାରବର୍ଗ ।

ଏହି ଘଟଣାରେ ସହିଦ ନଗର ପୋଲିସ ପକ୍ଷରୁ ଚିହ୍ନିତ ହୋଇଥିବା ୨ ଜଣ ମୃତକ ରୋଗୀମାନେ ହେଲେ – ଶଙ୍କର୍ଷଣ ଦୋରା (୫୧), ବୌଦ୍ଧ ଡ଼ିଏସପି ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗରର ବାସିନ୍ଦା ଦିପ୍ତିମୟୀ ବାନାର୍ଜି (୭୨) ।

ମିଳିଥିବା ରିପୋର୍ଟ ଅନୁଯାୟୀ, ହୃଦଘାତରେ ପୀଡ଼ିତ ହେବା ଯୋଗୁଁ ଜାନୁଆରୀ ୨୮ ତାରିଖରେ ଶଙ୍କର୍ଷଣ ଦୋରାଙ୍କ ପରିବାରବର୍ଗ ତାଙ୍କୁ ଆପୋଲୋ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ସେବେଠାରୁ ସେ କୋମା ଅବସ୍ଥାରେ ରହି ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ଆପୋଲୋ ହସ୍ପିଟାଲରେ ୨ ତାରିଖ ଦିନ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କୁ ଆମ୍ରି ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ତେବେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

ସେହିପରି ଯାଜପୁର ଜିଲ୍ଲା କଳିଙ୍ଗନଗରର ରୋଗୀ ଦିପ୍ତିମୟୀ ବାନାର୍ଜି ନିକଟରେ ତାଙ୍କୁ ଗୁରତର ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଅଗ୍ନିକାଣ୍ଡ ଘଟିବାରୁ ତାଙ୍କୁ କଳିଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା, ମାତ୍ର ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.