Latest Odisha News

ଭାରତର ଜ୍ୱାଇଁ ପରେ ପୁଅ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ !

ଲଣ୍ଡନ: ରିଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ । ବୋରିଶ ଜନସନ ଗତକାଲି ଏହି ପଦରୁ ଇସ୍ତଫା ଦେବା ପରେ ଆଜି ସୁନକ ଟୁଇଟ୍ କରି ସେ ବ୍ରିଟେନର ପରବର୍ତ୍ତ ପ୍ରଧାନମନ୍ତ୍ରୀ ହେବେ ବୋଲି ଦାବି କରିଛନ୍ତି। ଯଦି ସୁନକ ଏହି ପଦରେ ବସିବେ ତାହେଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦରେ ବସିବେ।

ବୋରିଶ ସରକାରରେ ସୁନକ ଅର୍ଥମନ୍ତ୍ରୀ ଥିଲେ। ବୋରିଶ ସରକାରଙ୍କ ଉପ ମୁଖ୍ୟ ସଚେତକଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବା ପରେ ସେ ବିବାଦୀୟ ହୋଇପଡିଥିଲେ। ଏହାପରେ ବୋରିଶଙ୍କ ଉପରେ ଆସ୍ଥା ନରଖି ପ୍ରଥମେ ଅର୍ଥମନ୍ତ୍ରୀ ଭାବେ ସୁନକ ଇସ୍ତଫା ଦେଇଥିଲେ। ପରେ ପରେ ମୋଟ୍ 40 ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହାପରେ ପ୍ରଧାନମମନ୍ତ୍ରୀ ପଦରୁ ବୋରିଶ ଇସ୍ତଫା ଦେଇଥିଲେ।

ବ୍ରିଟେନରେ ଭାରତୀୟ ବଂଶୋଦ୍ଭବଙ୍କର ଗୋଟିଏ ବଡ ପ୍ରଭାବ ରହିଛି। ଦୁଇ ବର୍ଷ ତଳେ ବ୍ରିଟେନରେ ନିର୍ବାଚନ ହୋଇଥିଲା। ଏହି ସମୟରେ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କୁ ମନେଇବା ପାଇଁ ସେତେବେଳେ ବୋରିଶ ଜନସନ ‘ଅବକି ବାର୍, ବୋରିଶ ସରକାରର’ ନାରା ଦେଇଥିଲେ। ଏମିତିକି ସେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥିଲେ ମଧ୍ୟ ମନ୍ଦିର ଯାଇ ଭୋଟ୍ ଭିକ୍ଷା କରିଥିଲେ। ଏପରି କରି ସେ ବ୍ରିଟେନରେ ଥିବା ହିନ୍ଦୁ ଏବଂ ଶିଖ ଭୋଟରଙ୍କୁ ତାଙ୍କ ଦଳକୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ। ବୋରିଶଙ୍କ ପ୍ରଥମ ସ୍ତ୍ରୀ ପଞ୍ଜାବର ଥିଲେ। ତେଣୁ ବୋରିଶ ବିଜୟୀ ହେବା ପରେ କୁହାଯାଉଥିଲା ଭାରତର ଜ୍ୱାଇଁ ବ୍ରିଟେନର ପ୍ରଧାନମନ୍ତ୍ରୀ। ଆଉ ସୁନକ ପ୍ରଧାନମନ୍ତ୍ରୀ ହେଲେ ଭାରତର ପୁଅ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋଲି କୁହାଯିବ।

ରିଷି ସୁନକ ହେଛନ୍ତି ଇମ୍ପୋସିସ କମ୍ପାନୀର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ। ଏଥିସହ ସୁନକଙ୍କ ଜେଜେବାପା ପଞ୍ଜାବର। ସେ ଇନଫୋସିସ୍ ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତିକୁ ବିବାହ କରିଛନ୍ତି। ତାଙ୍କର ଦୁଇଟି ଝିଅ ଅଛନ୍ତି।

Leave A Reply

Your email address will not be published.