Latest Odisha News

BREAKING NEWS

ଋଷି ସୁନକ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ

ବ୍ରିଟେନ: କନଜରଭେଟିଭ୍ ଦଳର ନେତା ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି ପଦରେ ବସିବାକୁ ଯାଉଛନ୍ତି। ଶପଥ ନେବା ପୂର୍ବରୁ ଋଷି ଆଜି ଅପରାହ୍ନରେ ବକିଙ୍ଗହମ୍ ପ୍ୟାଲେସରେ କିଙ୍ଗ ଚାର୍ଲ୍ସଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ନେବେ।

ନିଜକୁ ଗର୍ବିତ ହିନ୍ଦୁ ବୋଲି ଗର୍ବିତ କରୁଥିବା ଏହି ଭାରତୀୟ ବଂଶୋଦ୍ଭବ ଗୀତା ଛୁଇଁ ଶପଥ ନେବେ ବୋଲି ପୂର୍ବରୁ କହିଥିଲେ। ତେଣୁ ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢିଛି। ସୁନକଙ୍କ ପୂର୍ବରୁ ୪୪ ଦିନ କ୍ଷମତାରେ ରହିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଲିଜ୍ ଟ୍ରସ୍।

ଟ୍ରସ୍ ରାଜଭବନ ଛାଡିବା ପରେ ସୁନକ କିଙ୍ଗ ଚାର୍ଲ୍ସଙ୍କ ସହ ଏକ ବୈଠକ କରିବେ। ଯେଉଁଠାରେ ତାଙ୍କୁ ରାଜାଙ୍କ ଦ୍ବାରା ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବ। ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୪ଟାରେ ଉଦବୋଧନ ଦେବେ।

ଏହି ଶୀର୍ଷ ପଦ ପାଇଁ ସୁନକ ଏବଂ ପେନି ମର୍ଡାଉଣ୍ଟଙ୍କ ମଧ୍ୟରେ ମୁକାବିଲା ହେବାର ଥିଲା। କିନ୍ତୁ ପ୍ରତିପକ୍ଷ ନେତ୍ରୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ପରେ ସୁନକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନକଙ୍କୁ ନିଜର ନୂଆ ଇନିଂସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସୁନକ ୨୦୧୫ରେ ପ୍ରଥମେ ସାଂସଦ ହୋଇଥିଲେ। ସୁନକ ‘ବ୍ରେକଜିଟ୍’ ପାଇଁ ବୋରିଶ ଜନସନଙ୍କ ସହ ମିଶି ନାରା ଦେଇଥିଲେ। ‘ଇୟୁ ଛାଡ’ ଅଭିଯାନ ସମୟରେ ସେ ଚର୍ଚ୍ଚାକୁ ଆସିଥିଲେ। ବୋରିସ୍ ଜନସନ ଏବଂ ଥେରେସା ମେ ସରକାରରେ ସୁନକ ମନ୍ତ୍ରୀ ଥିଲେ।

Leave A Reply

Your email address will not be published.