Latest Odisha News

ପୁଅକୁ ଟିକେଟ ନ ମିଳିଲେ ସାଂସଦ ପଦ ଛାଡିବା ପାଇଁ ଧମକ ଦେଲେ ରୀତା ବହୁଗୁଣା

ଲକ୍ଷ୍ନୌ: ୟୁପି ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିବା ବେଳେ ରାଜନୀତି ସରଗରମ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟିର ସାଂସଦ ରୀତା ବହୁଗୁଣା ଯୋଶୀ ତାଙ୍କ ପୁତ୍ର ମୟଙ୍କଙ୍କୁ ଟିକେଟ ନ ମିଳିଲେ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । ଲକ୍ଷ୍ନୌରୁ ପୁଅକୁ ଛିଡା କରିବା ପାଇଁ ସେ ଜିଦ ଧରିଛନ୍ତି । ପାର୍ଟି ରଣନୀତି ଅନୁସାରେ ପରିବାରର ଜଣେ ବ୍ୟକ୍ତି ଟିକେଟ ମିଳିବା ଧାର୍ଯ୍ୟ କରାଯାଇଥିବା ବେଳେ ମୟଙ୍କ ବାଦ ପଡିବା ଆଶଙ୍କା ସୃଷ୍ଟି ହୋଇଥିଲା ।

ଏବେ ଏଥିପାଇଁ ରୀତା ତାଙ୍କ ପଦ ଛାଡିବା ପାଇଁ ପ୍ରସ୍ତୁତ ଅଛି ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଏପରିକି ଆବଶ୍ୟକ ପଡିଲେ ସେ ୨୦୨୪ ନିର୍ବାଚନ ବି ଲଢ଼ିବେ ନାହିଁ ବୋଲି କହିଛନ୍ତି । ବିଜେପି ମୟଙ୍କଙ୍କୁ ଆହ୍ଲାବାଦରେ ଛିଡା କରାଇବା ପାଇଁ ଯୋଜନା କରୁଥିଲା । କାଳେ ପୁଅ ହାରିଯିବ ସେଥିପାଇଁ ସେ ଲକ୍ଷ୍ନୌର କ୍ୟାଂଟ ବିଧାନସଭା ପାଇଁ ନିଜ ଶୈଳୀରେ ଲବି ଆରମ୍ଭ କରି ଦେଇଛନ୍ତି ।

Comments are closed, but trackbacks and pingbacks are open.