Latest Odisha News

BREAKING NEWS

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୁରଭଞ୍ଜ: ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ । ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଏକ ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାରିପଦା ଓ ବାଲେଶ୍ୱର ଟିମ୍ ମିଶି ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଗହଣା ଦୋକାନରେ ୨ଘଣ୍ଟା ହେବ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ଅଭିଯୋଗରେ ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.