Latest Odisha News

ମିଷ୍ଟର ମମିରେ ଏକତ୍ର ଅଭିନୟ କରିବେ ରିତେଶ, ଜେନେଲିୟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଭାବେ ପରିଗଣିତ ରିତେଶ ଦେଶମୁଖ ଓ ଜେନେଲିୟା ଦେଶମୁଖ ପୁନର୍ବାର ରିଲ ଲାଇଫରେ ଏକତ୍ର ଅଭିନୟ କରିବେ । ଭୂଷଣ କୁମାରଙ୍କ କମେଡି ଫିଲ୍ମ ମିଷ୍ଟର ମମିର ନିର୍ଦ୍ଦେଶନା ଦାୟିତ୍ୱ ଶାଦ ଅଲୀଙ୍କୁ ଦିଆଯାଇଛି । ଗୁଲଶନ କୁମାର ଓ ଟିସିରିଜ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ଫିଲ୍ମରେ ପୁରୁଷ ହେବା ସତ୍ୱେ ରିତେଶ କିପରି ଗର୍ଭ ଧାରଣ କରିଛନ୍ତି ତାହା ଉପରେ ଏହା ଆଧାରିତ ।

ଆଧୁନିକ ବିଜ୍ଞାନର ଏହି ଜଟିଳ କାର୍ଯ୍ୟକୁ ବୁଝାଇବା ପାଇଁ କମେଡି ଶୈଳୀରେ ସରଳ ଭାଷାରେ ଏହାକୁ ନିର୍ମାଣ କରାଯାଉଛି । ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟ ଖୁବ ଶୀଘ୍ର ଘୋଷଣା କରାଯିବ । ରିତେଶ ଏବଂ ଜେନଲେିୟାଙ୍କ କମିକ ଟାଇମିଂ ଭଲ ଥିବାରୁ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ବ୍ୟକ୍ତ କରାଯାଉଛି ।

Comments are closed, but trackbacks and pingbacks are open.