Latest Odisha News

BREAKING NEWS

[ଭିଡିଓ] ସ୍କୁଲ ଗ୍ରୀଲ୍‌ରେ ଫସିଗଲା ଯୁବକଙ୍କ ଗଳା, ଆଉ ତା ପରେ…

ଭୁବନେଶ୍ୱର: ସ୍କୁଲ କ୍ୟାମ୍ପସରେ ରେକି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ସ୍ଲାଇଡିଂ ଗ୍ରୀଲରେ ମୁଣ୍ଡ ଗଳାଇ ସ୍କୁଲର କାର୍ଯ୍ୟକଳାପ ଦେଖିବାକୁ ଯୁବକ ଜଣକ ଚେଷ୍ଟା କରିଥିଲେ । ହେଲେ ଭିତରେ କ’ଣ ଚାଲିଛି ଦେଖିବା ପୂର୍ବରୁ ଗ୍ରୀଲରେ ଫସିଯାଇଥିଲା ଗଳା ।

ଗତକାଲି ମଧ୍ୟପ୍ରଦେଶ ଗ୍ୱାଲିଅର୍ ସହରରୁ ଏପରି ଘଟଣା ସାମ୍ନାକୁ ଆସିଥିଲା । ବହୁ ଚେଷ୍ଟା ସତ୍ତ୍ୱେ ଯୁବକ ଜଣକ ନିଜକୁ ଗ୍ରୀଲ କବ୍‌ଜାରୁ ମୁକୁଳାଇପାରିନଥିଲେ । ଶେଷରେ ଯୁବକ ଜଣକ ଚିତ୍କାର କରିବାକୁ ସ୍ଥାନୀୟ ଲୋକେ ଏକାଠି ହୋଇ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଗ୍ରୀଲ୍ କାଟି ଯୁବକଙ୍କୁ ଉଦ୍ଧାର କରିଥିଲା । ଜନକ ଗଂଜ ପୋଲିସ ରିପୋର୍ଟ ଅନୁଯାୟୀ ଯୁବକ ଜଣକ ନିୟମିତ ଭାବେ ଚୋରି ଉଦ୍ଦେଶ୍ୟରେ ଅନେକ ସ୍ଥାନରେ ରେକି କରିଆସୁଥିଲା । ହେଲେ ସ୍କୁଲରେ ରେକି କରିବା ତାକୁ ମହଙ୍ଗା ପଡିଥିଲା । ଯୁବକକୁ ଉଦ୍ଧାର କରିବା ପରେ ପଚରାଉଚରା କରି ପୋଲିସ ଛାଡିଦେଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.