Latest Odisha News

ରିଲ୍ ରେ ହିନ୍ଦୁ ଧର୍ମର ମଜାକ ଉଡାଇ ଟ୍ରୋଲ ହେଲେ ଏହି କପଲ୍

ମୁମ୍ବାଇ: ବଲିଉଡର ଏବେ ଫ୍ୟାନ୍ସଙ୍କ ପ୍ରିୟ କପଲ ମାନଙ୍କ ଭିତରେ ରହିଛନ୍ତି ରିତିଶ ଦେଶମୁଖ ଏବଂ ଜେନେଲିଆ ଡିସୁଜା । ବର୍ତ୍ତମାନ ସେମାନଙ୍କୁ ଫିଲ୍ମରେ କମ୍ ଓ ସୋସିଆଲ ମିଡିଆରେ ବେଶି ଆକ୍ଚିଭ ଅଛନ୍ତି । ଉଭୟ ପ୍ରାୟତଃ ମଜାଳିଆ ରିଲ୍ କରି ନିଜ ନିଜର ଫ୍ୟାନ୍ସ ମାନଙ୍କ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ବର୍ତ୍ତମାନ ଏହି ରିଲ କରିବା ସେମାନଙ୍କ ମହଙ୍ଗା ପଡିଛି । ଏପରି ଏକ ରିଲ ପୋଷ୍ଟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

ନିକଟରେ ରିତେଶ ଦେଶମୁଖ ତାଙ୍କ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପତ୍ନୀ ଜେନେଲିଆ ଡିସୁଜାଙ୍କ ସହ ନଜର ଆସିଛନ୍ତି । ଏହି ଭିଡିଓରେ ରିତେଶ ଥଟ୍ଟା କରି ତାଙ୍କ ପତ୍ନୀ ଜେନେଲିଆ ଙ୍କୁ କହିଛନ୍ତି ଯେ ‘ରାଜା ଦଶରଥ ଙ୍କ ର ତିନି ପତ୍ନୀ ଥିଲେ, ମୁଁ ମଧ୍ୟ ତିନି ଜଣଙ୍କୁ ବିବାହ କରିପାରିବି । ଏହା ପରେ ଜେନେଲିଆ ରିତେଶ ଙ୍କୁ ଉତ୍ତର ଦେଇ କହନ୍ତି, ତୁମେ ଦ୍ରୌପଦୀ ଙ୍କ ନାଁ ଶୁଣିଛ କି? ଏହା ଶୁଣି ରିତେଶ ଚୁପ ହୋଇଯାଉଛନ୍ତି ।

ଉଭୟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ରିତେଶ ଏବଂ ଜେନେଲିଆ ଙ୍କ ର ଏହି ଭିଡିଓ 6.4 ମିଲିୟନରୁ ଅଧିକ ଭ୍ୟୁ ପାଇଛି । ଅନେକ ଫ୍ୟାନ୍ସ ଏହି କପଲ ଙ୍କ ଥଟ୍ଟା ଅନ୍ଦାଜ କୁ ଖୁବ୍ ପସନ୍ଦ କରୁଥିବାବେଳେ, ଏହି ରିଲ୍ ପରେ ଫ୍ୟାନ୍ସମାନେ ବର୍ତ୍ତମାନ ସେମାନଙ୍କୁ କଡ଼ା ସମାଲୋଚନା କରୁଛନ୍ତି ।

 

ରିତେଶ ଓ ଜେନେଲିଆ ଙ୍କ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି – ‘ଏହି ଭିଡିଓ ଡିଲିଟ୍ କରନ୍ତୁ’, ଅନ୍ୟ ଜଣେ ଲେଖିଛନ୍ତି – ‘ତୁମେ ଏକ ଉଦାହରଣ ଦେଇଛ, କିନ୍ତୁ ଆପଣ ଙ୍କ ର ରାଜା ଦଶରଥଙ୍କ ଗୁଣ ଅଛି ଏବଂ ତୁମ ପତ୍ନୀ ଙ୍କ ର ଦ୍ରୌପଦୀଙ୍କ ପରି ଗୁଣ ଅଛି କି?’ ଆଉ ଜଣେ ଲେଖିଛନ୍ତି ଯେ, ‘ଦୟାକରି ମଜା ପାଇଁ ଏପରି ପବିତ୍ର ନାଁର ବ୍ୟବହାର କରନ୍ତୁ ନାହିଁ’, ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଭିଡିଓ ଟିକୁ ଡିଲିଟ କରିବା ଭଲ ହେବ । ଜଣେ ଲେଖିଛନ୍ତି- ‘ହିନ୍ଦୁ ଧର୍ମକୁ ପରିହାସ କର ନାହିଁ।’ ସେହିଭଳି ଅନେକ ୟୁଜର୍ସ ଓ ଫ୍ୟାନ୍ସ ମନ୍ତବ୍ୟ ଦେଇ ରିତେଶ-ଜନେଲିଆଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି ।

 

Comments are closed.