Latest Odisha News

BREAKING NEWS

କୃଷକଙ୍କ ସମର୍ଥନରେ ମୁହଁ ଖୋଲିଲେ ଅଭିନେତା ରିତେଶ

ନୂଆଦିଲ୍ଲୀ: କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଦେଶରେ କୃଷକ ଆନ୍ଦୋଳନ ଉପରେ ଅନେକ ସେଲିବ୍ରେଟିମାନେ ନିଜର ମତାମତ ଦେଉଛନ୍ତି। କଙ୍ଗନା ରାନାୱତ ଏବଂ ଦିଲଜିତ ଦୋସଞ୍ଜଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ତୀବ୍ର ବିତର୍କ କରିଛନ୍ତି। ଅନେକ ସେଲିବ୍ରେଟି କୃଷକ ଆନ୍ଦୋଳନକୁ ଦୃଢ ସମର୍ଥନ କରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ରିତେଶ ଦେଶମୁଖଙ୍କ ନାମ ମଧ୍ୟ ଯୋଡା ଯାଇଛି।

ରିତେଶ ଦେଶମୁଖ କୃଷକମାନଙ୍କ ପ୍ରତି ସମର୍ଥନରେ ହାତ ବଢାଇଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି- ‘ଯଦି ଆପଣ ଆଜି ଖାଦ୍ୟ ଖାଉଛନ୍ତି, ସେଥିପାଇଁ କୃଷକଙ୍କୁ ଧନ୍ୟବାଦ ଦିଅନ୍ତୁ। ମୁଁ ଆମ ଦେଶର ପ୍ରତ୍ୟେକ କୃଷକଙ୍କ ସମର୍ଥନ ରେ ଛିଡା ହୋଇଛି। #ଜୟ କିସାନ୍। ରିତେଶଙ୍କ ଏହି ଟ୍ୱିଟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନ‌େ ରିତେଶଙ୍କ ଏହି ପଦକ୍ଷେପକୁ ବେଶ୍‌ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.