Latest Odisha News

BREAKING NEWS

“କୌନ ବନେଗା କରୋଡପତି” ଏକ୍ସପର୍ଟ ସାଜିବେ ଆନନ୍ଦ କୁମାର

ମୁମ୍ବାଇ: ସୁପର୍ ୩୦ର ପ୍ରତିଷ୍ଠାତା ତଥା ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର । ଖୁବଶୀଘ୍ର ଆନନ୍ଦ ‘କୌନ ବନେଗା କରୋଡପତି’ (KBC) ଭଳି ପପୁଲାର ରିୟାଲିଟି ସୋ’ରେ ଏକ୍ସପର୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡରେ ଆନନ୍ଦ କୁମାରଙ୍କୁ ଦର୍ଶକ ଦେଖିବାକୁ ପାଇବେ ।

ଦିନେ KBCରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଆନନ୍ଦ ପୁଣିଥରେ ମେଗାଷ୍ଟାର ଅମିତାଭଙ୍କ ସହ ଛୋଟ ପରଦାକୁ ସେୟାର କରିବେ । KBCର ୧୨ତମ ସଂସ୍କରଣରେ ଆନନ୍ଦ କୁମାର ୫୧, ୬୧ ଓ ୬୨ତମ ଏପିସୋଡରେ ଏକ୍ସପର୍ଟ ଭୂମିକା ତୁଲାଇବେ । ୨୦୧୭ରେ ଆନନ୍ଦ ପ୍ରତିଯୋଗୀ ଭାବେ ୨୫ ଲକ୍ଷ ଟଙ୍କା ଜିତିଥିଲେ । ତା ଛଡା ଫିଲ୍ମ ଆର କ୍ଷଣ ପାଇଁ ମଧ୍ୟ ଅମିତାଭଙ୍କୁ ସେ ବିଭିନ୍ନ ଉପାୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.