Latest Odisha News

ନାଗା ଚୈତନ୍ୟଙ୍କୁ ଜୀବନସାଥୀ କରିବା ମୋର ଲକ୍ଷ୍ୟ, ଏମିତି କିଛି ଖୁଲମ୍‌ଖୁଲା କହିଲେ ଏହି ଅଭିନେତ୍ରୀ

ଚେନ୍ନାଇ: ସାଉଥ ସୁପରଷ୍ଟାର ନାଗା ଚୈତନ୍ୟଙ୍କୁ ଜୀବନସାଥୀ କରିବା ମୋର ଲକ୍ଷ୍ୟ । ଚୈତନ୍ୟଙ୍କୁ ବିବାହ କଲେ ନିଜକୁ ଭାଗ୍ୟବାନ ମନେ କରିବି ବୋଲି ଏମିତି କିଛି ଖୁଲମ୍‌ଖୁଲା କହିଛନ୍ତି ସାଉଥ୍ ଅଭିନେତ୍ରୀ ରିତୁ ଚୌଧୁରୀ । ତାଙ୍କର ଏଭଳି ମନ୍ତବ୍ୟକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ରିତୁ ଚୌଧୁରୀ କହିଛନ୍ତି ଯେ, ମୁଁ ଅଭିନେତା ନାଗା ଚୈତନ୍ୟଙ୍କୁ ପସନ୍ଦ କରିବା ସହ ବହୁତ ଭଲ ପାଏ । ତାଙ୍କୁ ବିବାହ କରିବା ମୋର ଲକ୍ଷ୍ୟ । ସେ ଛାଡ଼ପତ୍ର ପାଇଥିଲେ ବି ତାଙ୍କୁ ବିବାହ କରିବାରେ ମୋର କୌଣସି ଅସୁବିଧା ନାହିଁ । ସବୁଠୁ ବଡ଼ କଥା, ଚୈତନ୍ୟଙ୍କୁ ବିବାହ କଲେ ନିଜକୁ ଭାଗ୍ୟବାନ ମନେ କରିବି ବୋଲି କହିଛନ୍ତି ଅଭିନେତ୍ରୀ ରିତୁ ଚୌଧୁରୀ । ତେବେ ଏପର୍ଯ୍ୟନ୍ତ ଚୈତନ୍ୟ ଏହି ପୋଷ୍ଟ ଉପରେ ନିଜର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

୪ ବର୍ଷର ବୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତ୍ତି ଅଭିନେତ୍ରୀ ସାମନ୍ଥା ରୁଥୁ ପ୍ରଭୁ ଓ ନାଗା ଚୈତନ୍ୟ ପରସ୍ପରକୁ ୨୦୨୧ ଅକ୍ଟୋବର ୨ ତାରିଖରେ ଛାଡ଼ପତ୍ର ଦେଇଥିଲେ । ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଛାଡ଼ପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି । ଏମଧ୍ୟରେ ଅଭିନେତ୍ରୀ ରିତୁ ତାଙ୍କୁ ବିବାହ କରିବାକୁ ଚାହୁଥିବା ନେଇ ଟାର୍ଗେଟ କରିଥିବା କହିଛନ୍ତି ।

Leave A Reply

Your email address will not be published.