Latest Odisha News

ସେବାୟତ ବିବାଦ : ଗତକାଲିଠାରୁ ଖାଡା ଉପାସରେ ମହାପ୍ରଭୂ ଶ୍ରୀଲିଙ୍ଗରାଜ, ହୋଇନି କୌଣସି ନୀତିକାନ୍ତି

ଭୁବନେଶ୍ବର : ଆଜି ମଧ୍ୟ ଖାଡା ଉପାସରେ ମହାପ୍ରଭୂ ଶ୍ରୀ ଲିଙ୍ଗରାଜ ।  ଗତକାଲି ମଙ୍ଗଳ ଆଳତିଠାରୁ ନୀତିକାନ୍ତି ବନ୍ଦ ରହିଛି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ ରହିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି ।

ଲିଙ୍ଗରାଜଙ୍କ ଜମି ଉପରେ ବଡୁ ନିଯୋଗ ବେଆଇନ ନିର୍ମାଣ କରିଥିବା ଅଭିଯୋଗ କରି ନୀତିରୁ ଦୂରେଇ ରହିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା । ପ୍ରଶାସନ ମଧ୍ୟ ଏହି ଘଟଣାରେ ନିଦାବିଷ୍ଣୁ ସାଜିଥିବାରୁ ଭକ୍ତମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏତେ ସମୟ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ ।

Comments are closed.