Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି।

ଆଜି ସକାଳେ ନୀତିକାନ୍ତି ମଙ୍ଗଳ ଆଳତି ୪ ଘଣ୍ଟା ବିଳମ୍ବରେ ଚାଲିଥିବା ଜଣାଯାଇଛି। ଗତକାଲି ରାତି ସମୟରେ ପୂଜାପଣ୍ଡା ଏବଂ ସିଙ୍ଗାରୀ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା । ଫଳରେ ମହାପ୍ରଭୁଙ୍କ ବିବାହ ପାଇଁ ଆବଶ୍ୟକ ନୀତି ହୋଇ ପାରିନଥିଲା। ଆଜି ସକାଳୁ ଏହି ନୀତି କରାଯାଉଛି । ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସେପଟେ ରଥଯାତ୍ରା ସଂପର୍କରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପାଇଁ ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଏହି ସ୍ବତନ୍ତ୍ର ପରିଚାଳନା କମିଟି ବୈଠକରେ ୧୯୭୧ ମସିହାରେ କିଭଳି ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା ଏବଂ ଚଳିତବର୍ଷ କିଭଳି ନୀତି ସମ୍ପନ୍ନ ହେଲେ ରଥଯାତ୍ରା ଦିନ ରଥଟଣା ଯାଇପାରିବ, ସେହି ପ୍ରସଙ୍ଗରେ ଆଲୋଚନା ହେବ । ତେବେ ବୈଠକର ଏଜେଣ୍ଡାରେ ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କର ଭିଡ଼ ନିୟନ୍ତ୍ରଣ ସଂପର୍କରେ ପ୍ରସଙ୍ଗ ନଥିବାରୁ, ଅସନ୍ତୋଷ ପ୍ରକାଶ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

Comments are closed.