Latest Odisha News

ଗଠିତ ହେବ ଦୟାନଦୀ ପଞ୍ଚାୟତ, ଦୟା ଗଙ୍ଗୁଆକୁ ପ୍ରଦୂଷଣମୁକ୍ତ ପାଇଁ ହେବ ଗଣ ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ଦୟା ନଦୀ କୂଳରେ ପିପିଲି ବ୍ଲକ କଣ୍ଟିର କଲ୍ୟାଣ ମଣ୍ଡପ ଠାରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗଙ୍ଗୁଆ,କୁଶଭଦ୍ରା, ଧନୁଆ, ଦୟା ଓ ଭାର୍ଗବୀ ନଦୀ ଆନ୍ଦୋଳନର ଅନେକ ନେତୃତ୍ଵ, ସୂଚନା ଅଧିକାର , ଭାଷା ଆନ୍ଦୋଳନ, ଚାଷୀ ଆନ୍ଦୋଳନ ଇତ୍ୟାଦି ର ନେତୃତ୍ୱ ଏଥିରେ ଯୋଗ ଦେଇଥିଲେ ।

ଏହା ସହିତ ପ୍ରତି ମାସର ସଂକ୍ରାନ୍ତି ଦିନ ନଦୀ ଆଳତି କରିବା ପାଇଁ ଆହ୍ବାନ ଦିଆ ଯାଇଛି । ଲୋକଙ୍କୁ ନଦୀ ସହିତ ଯୋଡ଼ିବlର ଏହା ଏକ ପ୍ରୟାସ । ନଦୀର ସୁରକ୍ଷା ପାଇଁ ଲୋକ ସଂଗଠନ ଗଢ଼ିବା ଉପରେ ଗୁରୁତ୍ବ ଦିଆ ଯାଇ ନଦୀ ପଞ୍ଚାୟତ ଗଠନ ପାଇଁ ଆହ୍ବାନ ଦିଆ ଯାଇଛି । ନଦୀ ଗୁଡ଼ିକର ଜମି ଆଜି ଜବରଦଖଲ କାରି ମାନଙ୍କ କବଳରେ କବଳିତ । ନଦୀର ଜମି କୁ ସେମାନଙ୍କ କବଳରୁ ଉଦ୍ଧାର ପାଇଁ ତହସିଲଦାର ମାନଙ୍କୁ ଦାବି ପାତ୍ର ଦିଆଯିବାର ନିଷ୍ପତି ନିଆଯାଇଛି । ଏହା ସହିତ ନଦୀ ଅବବାହିକାରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ମଧ୍ୟ ଆହ୍ବାନ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମ ଗୁଡ଼ିକ ପ୍ରଥମେ ଦୟା, ଭାର୍ଗବୀ, କୁଶଭଦ୍ରା ଓ ଧନୁଆରୁ ଆରମ୍ଭ ହେବ।

ବୈଠକ ଶେଷରେ ଏକ ପ୍ରତିନିଧି ଦଳ ଗାଂଗୁଆ ଓ ଦୟାର ସଙ୍ଗମ ସ୍ଥଳ କଣ୍ଟି ଠାରେ କ୍ଷେତ୍ର ପରିଦର୍ଶନ କରି ଗଙ୍ଗୁଅ ର ପାଣି କିଭଳି ଦୟା ନଦୀ ର ପାଣି କୁ ପ୍ରଦୂଷିତ କରୁଛି ତାହା ଦେଖିଥିଲେ l ଆସନ୍ତା ଜୁଲାଇ ୨୩ ତାରିଖରେ ଗଙ୍ଗୁଆ ନଦୀ ପରିକ୍ରମା କରିବାର ନିଷ୍ପତି ହୋଇଛି l ତା ପରେ ବିଡିଏ ଅଧ୍ୟକ୍ଷ ଙ୍କୁ ଦାବିପତ୍ର ଦିଆଯିବ l

Comments are closed.