Latest Odisha News

BREAKING NEWS

ଆଇପିଏଲ: ଫସିଯିବେ କି ରିୟାନ ପରାଗ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଏକ ବଡ ବିବାଦରେ ଫସି ଯାଇଛନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ପରାଗ ୱେିପିଙ୍ଗ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିସିସିଆଇ ନିକଟରେ ଏହି ଅଭିଯୋଗ ପଂହଚିଛି । ପରାଗଙ୍କୁ ବିସିସିଆଇ ଏହାର ଜବାବ ମାଗିଛି । ଯଦି ପରାଗ ଏହା କରିଥିବେ ତେବେ ବିସିସିଆଇ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସରକାର ଇ-ସିଗାରେଟ ଉପରେ ବ୍ୟାନ ଲଗାଇଛନ୍ତି ।

ବିସିସିଆଇ ନିୟମ ଅନୁସାରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନକୁ ଛାଡିଦେଲେ ଅନ୍ୟ ସ୍ଥାନରେ ଏହା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଯାଇଛି । ପରାଗ ଡ୍ରେସିଂ ରୁମରେ ଏହାକୁ ସେବନ କରୁଥିଲେ । ରିପୋର୍ଟ ମୁତାବକ ତାଙ୍କର ମ୍ୟାଚ ଫି ବିସିସିଆଇ ଜରିମାନା ବାବଦକୁ କାଟିପାରେବ । ପରାଗ ଚଳିତ ଆଇପିଏଲରେ ଏ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ସେ ୯ ମ୍ୟାଚରେ ୧୧୭ ରନ ସଂଗ୍ରହ କରିଛନ୍ତି । ତେବେ ରାଜସ୍ଥାନ ୯ ମ୍ୟାଚରୁ ୬ରେ ବିଜୟ ହାସଲ କରି ଭଲ ସ୍ଥିତିରେ ରହିଛି ।

Leave A Reply

Your email address will not be published.