Latest Odisha News

BREAKING NEWS

IPL Betting:ଆଇପିଏଲ ବେଟିଂର ପର୍ଦ୍ଦାଫାସ; ୪ ଗିରଫ,୨୫ ଲକ୍ଷ ଜବତ

ପୁରୀ: ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ ହୋଇଛି । ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି । ୨୫ଲକ୍ଷ ୩୫ ହଜାର ଟଙ୍କା ସହ ୬ ଟି ମୋବାଇଲ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟିଙ୍କ ସହ ଗିରଫ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ବି. ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁ । ପୁରୀ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି।

ଏଥିସହ ୧୦ ଟି ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୩୧ ଲକ୍ଷରୁ ଅଧିକ ଟଙ୍କାକୁ ପୋଲିସ ଫ୍ରିଜ ହୋଇଛି । ଅନ୍ୟପଟେ ରାକେଟର ସଦସ୍ୟମାନେ ହ୍ବାଟସଆପ୍ ମାଧ୍ୟମରେ ଜଣଙ୍କୁ ବସ ବୋଲି ସମ୍ବୋଧନ କରି ଏହି କାରବାର କରୁଥିଲେ । ତେବେ କିଏ ଏହି ବସ, ଏହି ବସକୁ ଧରିବାକୁ ଉଦ୍ୟମ ଚଳାଇଛି ପୁରୀ ପୋଲିସ ।

ସୂଚନାଥାଉକି,’ସ୍କାଏ ଏକ୍ସଚେଞ୍ଜ’ ନାମକ ଏକ ଆପ୍ଲିକେସନ ବ୍ୟବହାର କରି ବେଟିଂ ରାକେଟ ଚାଲିଥିଲା । ଏହି ଆପ୍ ମାଧ୍ୟମରେ ଲୋକମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ପଏଣ୍ଟଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା । ଏହି ନେଟୱାର୍କରେ ସ୍ଥାନୀୟ ଅର୍ଗାନାଇଜରମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ବେଟିଂ ନେଟୱାର୍କରେ ଲୋକଙ୍କୁ ସାମିଲ କରିବା ପାଇଁ ଅର୍ଗାନାଇଜରମାନଙ୍କୁ ମାସିକ ୨୨ ହଜାର ଟଙ୍କା ଦିଆଯାଉଥିଲା। ଯାହା ବଦଳରେ ସେମାନେ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପଏଣ୍ଟ ପ୍ରଦାନ କରୁଥିଲେ । ଏହି ଘଟଣା ସମ୍ପର୍କରେ ପୁରୀ ସାଇବର କ୍ରାଇମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.