ନୂଆଦିଲ୍ଲୀ: ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଇସଲାମ ଧର୍ମ ଛାଡି ଆଜି ବିଧିବଦ୍ଧ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ତାଙ୍କ ନାମ ପରିବର୍ତନ କରାଯାଇ ହରବୀର ନାରାୟଣ ସିଂ ତ୍ୟାଗୀ ରଖାଯାଇଛି । ଗାଜିଆବାଦର ଦଶନା ଦେବୀ ମନ୍ଦିରରେ ଶିବ ଶକ୍ତି ଧାମର ମହନ୍ତ ୟତି ନରସିଂହାନନ୍ଦ ଗିରି ମହାରାଜା ତାଙ୍କୁ ସନାତନ ଧର୍ମ ଗ୍ରହଣ କରିଥିଲେ ।
କୁରାନର ଆୟତଗୁଡିକୁ ହଟାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରି ରିଜଭି ଚର୍ଚ୍ଚାକୁ ଆସିଥିଲେ । ଏପରିକି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ତାଙ୍କୁ ହତ୍ୟା କରିପାରେ ବୋଲି ସେ କହିଥିଲେ । ମୋ ମୃତ୍ୟୁ ପରେ ହିନ୍ଦୁ ରୀତି ନୀତିରେ ଅନ୍ତିମ ସଂସ୍କାର କରିବା ପାଇଁ ସେ ଅନୁରୋଧ କରିଛନ୍ତି । ନରସିଂହନନ୍ଦ ତାଙ୍କୁ ମୁଖାଗ୍ନି ଦେବେ ବୋଲି ସେ ଅନୁରୋଧ କରିଛନ୍ତି ।
Comments are closed.