Latest Odisha News

BREAKING NEWS

[ଭିଡିଓ] ପଞ୍ଚମ ଦିନରେ ବିଧାନସଭା ଅଚଳ, ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଆଜି ପଞ୍ଚମ ଦିନରେ ବି ଚାଲିପାରିଲାନି ଗୃହ । ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗକୁ ନେଇ ବିରୋଧୀ ହୋ ହାଲ୍ଲା ଓ ପ୍ରତିବାଦ ଜାରି ରଖିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି। ଗୃହର ମଧ୍ୟ ଭାଗରେ ବିଜେପି ସଦସ୍ୟ ମାନେ ନାରାବାଜୀ କରିଥିବା ବେଳେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମକୁ ଘେରିଥିଲେ।

 

ଏହା ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପଟେ ବିଜେଡି ବିଧାୟକ ମାନେ ଜୟରାଜଗୁରୁ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି। ପାଇକ ବିଦ୍ରୋହକୁ ସ୍ୱାଧିନତା ସଂଗ୍ରାମର ମାନ୍ୟତା ମିଳନଥିବା ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି ଶାସକ ଦଳର ସଦସ୍ୟ ମାନେ।

ଏନେଇ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ବିଜେଡି ବିଧାୟକ ମାନେ। ବାରମ୍ବାର ହଟଗୋଳ କାରଣରୁ ଗୃହକୁ ଅପରାହ୍ନ ୪ ଟା ଯାଏଁ ମଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ବିଧାନସଭା ଅଚଳାବସ୍ଥାକୁ ନେଇ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସର୍ବଦଳିୟ ବୈଠକ କରିବାକୁ ଆହ୍ୱାନ ଦେଇଛନ୍ତି

Leave A Reply

Your email address will not be published.