Latest Odisha News

BREAKING NEWS

ନୀତିଶଙ୍କୁ ଆରଜେଡିର ଗୁଗୁଲୀ : ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କର, ୨୦୨୪ରେ ପ୍ରଧାନମନ୍ତ୍ରୀ କରାଇବୁ

ପାଟନା: ବିହାର ନିର୍ବାଚନ ପରେ ମଧ୍ୟ ରାଜନୀତି ସରୁ ନାହିଁ । ଏନଡିଏ ମେଂଟ ସରକାରରେ ଏ ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହୋଇ ନାହିଁ । ବିଜେପି ଆରଜେଡି ଉପରେ ଚାପ ପକାଉଥିବା ଅଭିଯୋଗ ହେଉଛି । ଅସନ୍ତୁଷ୍ଟ ନୀତିଶ କୁମାରଙ୍କୁ ନିଜ ଆଡକୁ ଆଣିବା ପାଇଁ ଆରଜେଡି ଗୁଗୁଲି ପକାଇଛି ।

BjdElectrycity

ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ଏ ନେଇ ମୁହଁ ଖୋଲିଛନ୍ତି । ତେଜସ୍ୱୀ ଯାଦବଙ୍କୁ ଯଦି ମୁଖ୍ୟମନ୍ତ୍ରୀ କରିବାରେ ନୀତିଶ ସହଯୋଗ କରିବେ ତାହାହେଲେ ୨୦୨୪ ଲୋକ ସଭାରେ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବ । ନୀତିଶଙ୍କୁ ଅନ୍ୟ ଦଳମାନେ ସମର୍ଥନ କରିବେ ବୋଲି ସେ କହିଛନ୍ତି । ଉଦୟଙ୍କ ଏହି ପ୍ରସ୍ତାବ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

Leave A Reply

Your email address will not be published.