Latest Odisha News

BREAKING NEWS

ମୁମ୍ବାଇ ପୋଲିସ ଜାଲରେ ଗାଡି ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ

ମୁମ୍ବାଇ: ଭାରତର ଜଣାଶୁଣା କାର୍ ଡିଜାଇନର୍ ଦିଲ୍ଲୀପ ଛାବ୍‌ରିଆ । ବୋଧ ହୁଏ ଏହି ନାଁ କିମ୍ବା ଚେହେରା ଅନେକଙ୍କ ପାଇଁ ନୂଆ ହୋଇପାରେ । ହେଲେ ଡିଜାଇନର୍ ଗାଡି ଆଗରେ ଲାଗିଥିବା ଡିସି (DC)ର ଲୋଗୋ ଭାରତରେ ବେଶ ଜଣାଶୁଣା । କାର ଡିଜାଇନ୍ କରିବା ମାମଲାରେ ଦିଲ୍ଲୀପ ଛାବ୍‌ରିଆ ଭାରତରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ହେଲେ ନିକଟରେ ଏହି କାର ଡିଜାଇନରଙ୍କୁ କିନ୍ତୁ ମୁମ୍ବାଇ ପୋଲିସ ଥାନାରେ ସ୍ଥାନ ଦେଇଛି ।

ସୋମବାର ବେଆଇନ କାରବାର ଓ ଠକେଇ ଅଭିଯୋଗରେ ମୁମ୍ବାଇ କ୍ରାଇମ୍ ବ୍ରାଂଚ ହାତରେ ଗିରଫ ହୋଇଛନ୍ତି ଦିଲ୍ଲୀପ ଛାବ୍‌ରିଆ । ଏପରକି ଦିଲ୍ଲୀପଙ୍କର ଏକ ଦାମୀ କାର ବି ମୁମ୍ବାଇ ପୋଲିସ ଦ୍ୱାରା ଜବତ ହୋଇଛି । ଦିଲ୍ଲୀପଙ୍କ ବିରୋଧରେ ଏକାଧିକ ଅଭିଯୋଗକ୍ରମେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏପରିକି ଅଭିଯୋଗକାରୀଙ୍କ ମଧ୍ୟରେ ଜଣେ ବଲିଉଡ ସେଲିବ୍ରିଟି ମଧ୍ୟ ସାମିଲ ଥିବା ଜଣାପଡିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଏକ ନକଲି କାର ରେଜିଷ୍ଟ୍ରେସନ ରାକେଟକୁ ଠାବ କରିବା ପରେ ସେଥିରେ ଦିଲ୍ଲୀପ ଛାବ୍‌ରିଆଙ୍କ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ତଥ୍ୟ ଆଧାରରେ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର ସଚ୍ଚିନ ଭାଜେ ଦିଲ୍ଲୀପଙ୍କୁ ଗିରଫ କରିଥିଲେ ।

Leave A Reply

Your email address will not be published.