Latest Odisha News

BREAKING NEWS

ନୂଆ କୃଷି ଆଇନକୁ ବିରୋଧ, ଜାନୁଆରୀ ୩୦ରେ ଆରଜେଡି ମହାମେଣ୍ଟର ମାନବଶୃଙ୍ଖଳ

ପାଟଣା: କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ଚାଷୀ ଆନ୍ଦୋଳନ କରୁଛନ୍ତି । ଏହି ଆନ୍ଦୋଳନକୁ ଆଉ ଟିକିଏ ବଳ ଦେବ ଆରଜେଡି ମହାମେଣ୍ଟ । ଚାଷୀଙ୍କ ଦାବିକୁ ସମର୍ଥନ କରି ଆସନ୍ତା ୩୦ ତାରିଖରେ ବିହାରରେ ମାନବଶୃଙ୍ଖଳ କରିବା ଆରଜେଡି ମହାମେଣ୍ଟ । ଏନେଇ ଆରଜେଡିର ରାଜ୍ୟ ସଭାପତି ଦଳର ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆରଜେଡି ମହାମେଣ୍ଟର କଂଗ୍ରେସ, ସିପିଆଇ-ଏମଏଲ୍(ଲିବେରେସନ୍), ସିପିଆଇ ଆଣ୍ଡ ସିପିଏମ୍ ଏହି ମାନବଶୃଙ୍ଖଳରେ ସାମିଲ୍ ହେବେ ବୋଲି ସମ୍ମତି ଜଣାଇଛନ୍ତି । ଏନଡିଏ ଠାରୁ ବିହାର ବିଧାନସଭା ନିର୍ବାଚନରେ ହାରିବା ପରେ ମହାମେଣ୍ଟ ପ୍ରଥମଥର ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମ ତିନୋଟି କୃଷି ଆଇନ୍ ପ୍ରତ୍ୟାହାର, ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନରେ ଆଣିବା, ଡ୍ରାଫ୍ଟ ଶକ୍ତି ବିଲ୍-୨୦୨୦କୁ ପ୍ରତ୍ୟାହାର ଆଦି ଦାବିରେ କରାଯିବ । ଏଥିପାଇଁ ଆରଜେଡିର ରାଜ୍ୟ ସଭାପତି ସବୁ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେବା ସହ ନିଜ ନିଜ ଜିଲ୍ଲାରେ ମାନବଶୃଙ୍ଖଳ ଲାଗି ସ୍ଥାନ ଚିହ୍ନଟ କରିବାକୁ କହିଛନ୍ତି ।

ସିପିଆଇ-ଏମଏଲ୍(ଲିବେରେସନ୍)ର ରାଜ୍ୟ ସଭାପତି କହିଛନ୍ତି- ମାନବଶୃଙ୍ଖଳ ରାଜ୍ୟର ପ୍ରତିଟି ଜିଲ୍ଲାରେ କରାଯିବ । ରାଜ୍ୟ ରାଜପଥ, ଜାତୀୟ ରାଜପଥ, ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ମାନବଶୃଙ୍ଖଳ ଛୁଇଁବ । ଏଥିରେ ମହାମେଣ୍ଟର ନେତା ଓ କର୍ମୀ ଯୋଗଦେବେ । ଏଥିପାଇଁ ସବୁ ଜିଲ୍ଲାକୁ ଆବଶ୍ୟକୀୟ ବ୍ୟାନର, ପୋଷ୍ଟର ମଧ୍ୟ ପଠାସରିଥିବା ସେ କହିଛନ୍ତି ।

Leave A Reply

Your email address will not be published.