Latest Odisha News

BREAKING NEWS

ବିହାର ନିର୍ବାଚନ: ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା ଆରଜେଡି

ପାଟନା: ଜୋର୍ ଧରିଛି ବିହାର ରାଜନୀତି। ଚାଲିଛି ପ୍ରତିଶୃତି ପର୍ବ । ମୁଖ୍ୟ ବିରୋଧୀ ଦଳ ଆରଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି।  ରାଷ୍ଟ୍ରୀୟ ଜନତା ଦଳ ତା’ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରି କରିଛି ।

‘ହମାରା ପଣ’ ନାମକ ଏହି ଘୋଷଣାପତ୍ର ରେ ଆରଜେଡି ବିହାରର ସବୁ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ଉପହାର ଆଣିଛି । ଏହି ୧୬ ପୃଷ୍ଟା ବିଶିଷ୍ଠ ଘୋଷଣାପତ୍ରର ପ୍ରଥମେ ରାଜ୍ୟର ୧୦ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ଦେବାକଥା କୁହାଯାଇଛି ।  ଏହା ସହ ଶସ୍ତା ବିଜୁଳି ଯୋଗାଇ ଦିଆଯିବ ବୋଲି ବି କହିଛନ୍ତି ତେଜସ୍ୱୀ ।

ଏହା ବ୍ୟତୀତ କ୍ଷମତାକୁ ଆସିଲେ ଦଳ ବେରୋଜଗାର ଯୁବକମାନଙ୍କୁ ୧୫୦୦ ଟଙ୍କା ବେରୋଜଗାରୀ ଭତ୍ତା ଦେବ ବୋଲି କୁହାଯାଇଛି। ସେହିପରି ସରକାରୀ ଚାକିରି ଲାଗି ଆବେଦନ କରିବାକୁ ହେଲେ ବିହାରର ଯୁବପିଢି଼ଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବନି ବୋଲି ଆରଜେଡି ନିଜ ଇସ୍ତାହାରରେ କହିଛି।

ସରକାରୀ ଚାକିରିରେ ବିହାରର ଯୁବକମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ଘରୋଇ ନୀତି ଆଣିବେ ଏବଂ ସରକାରୀ ଚାକିରିର ୮୫ ପ୍ରତିଶତ ବିହାର ଯୁବକମାନଙ୍କ ପାଇଁ ସଂରକ୍ଷିତ ରଖାଯିବ। ଏହାଛଡ଼ା କୃଷକମାନଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଆରଜେଡି ଘୋଷଣା କରିଛି।

ଆରଜେଡି ନିର୍ବଚନୀ ଇସ୍ତାହାର ଜରିଆରେ ନୂତନ ଶିଳ୍ପ ନୀତି ଆଣିବା, ନୂତନ ଶିଳ୍ପ ସ୍ଥାପନ କରିବା ନେଇ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ଉର୍ଦ୍ଦୁ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, କୃଷକ ଆୟୋଗ, ବ୍ୟବସାୟୀ ଆୟୋଗ, ଯୁବ ଆୟୋଗ ତଥା କ୍ରୀଡ଼ା ଆୟୋଗ ଗଠନ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛି।

ଅନ୍ୟପଟେ ରାଜ୍ୟର ଜିଡିପିର ୨୨ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଉପଯୋଗ କରିବ ବୋଲି ଇସ୍ତାହାରରେ ଘୋଷଣା କରିଛି। ସେହିଭଳି ବୟସ୍କ ଏବଂ ଗରିବଙ୍କୁ ମାସିକ ୪୦୦ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ପେନସନ, ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ, କିଡନୀ ରୋଗୀଙ୍କୁ ମାଗଣାରେ ଡାଏଲେସିସି ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଆରଜେଡି ଇସ୍ତାହାରରେ ଘୋଷଣା କରାଯାଇଛି।

Leave A Reply

Your email address will not be published.