Latest Odisha News

BREAKING NEWS

ବାଣ୍ଟିଦେଲେ ଚେନ୍ନାଇ ଜର୍ସି, ସନ୍ୟାସ ନେବେ କି ଧୋନୀ ?

ଦୁବାଇ: ଗତ ରାତିରେ ଦୁଇଟି କାରଣ ପାଇଁ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମତଃ ଚେନ୍ନାଇ ଦଳ ମ୍ୟାଚ୍ ହାରିଥିଲା । ଦ୍ୱିତୀୟତଃ ସେ ନିଜର ୭ ନମ୍ବର ଜର୍ସିକୁ ହାର୍ଦ୍ଦିକ୍ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ତେବେ ଏହା ପୂର୍ବରୁ ବି ଧୋନୀ ନିଜର ଏକ ଜର୍ସି ରାଜସ୍ଥାନ ରୟାଲ୍ସର ଜୋସ୍ ବଟଲର୍‌ଙ୍କୁ ଦେଇଥିଲେ ।

ଦୁଇଦୁଇଥର ଜର୍ସି ଉପହାର ସ୍ୱରୂପ ଦେବା ଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହାପରେ ସମସ୍ତ କ୍ରିକେଟ୍ ଫର୍ମାଟ୍‌ରୁ ଧୋନୀଙ୍କ ସନ୍ୟାସ ନେବା ଭଳି ଖବର ବିଜୁଳି ବେଗରେ ପ୍ରବାହିତ ହୋଇଛି । ତେବେ ସତରେ କ’ଣ ଧୋନୀ ଆଇପିଏଲରୁ ବି ନେବେ ସନ୍ୟାସ ନା ଏହା ଇଣ୍ଟରନେଟ୍‌ରେ ଏକ ଗୁଜବ ମାତ୍ର ?

ଚଳିତବର୍ଷ ଆଇପିଏଲକୁ ଚେନ୍ନାଇ ସୁପର କିଙ୍ଗସ୍ ଭୁଲିବାକୁ ଚାହୁଁଛି । ମାତ୍ର ୬ ପଏଣ୍ଟ ପାଇ ୮ମ ସ୍ଥାନରେ ଥିବା ଚେନ୍ନାଇ ଦଳର ବରିଷ୍ଠ ଖେଳାଳିଙ୍କ ଉପରେ ବି ଟିମ୍ ମ୍ୟାନେଜମେଣ୍ଟ ନାଖୁସ୍ ଥିବା ସ୍ପଷ୍ଟ ହୋଇଛି । ତା ଛଡା ଧୋନୀଙ୍କ ଅଧିନାୟକତ୍ୱ ଉପରେ ମଧ୍ୟ ଅଙ୍ଗୁଳି ଉଠିଛି । ଅନ୍ୟପଟେ ସୋସିଆଲ ମିଡିଆରେ ଆଇପିଏଲରୁ ଧୋନୀଙ୍କ ସନ୍ୟାସ ନେବା ଖବର ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।

Leave A Reply

Your email address will not be published.