Latest Odisha News

BREAKING NEWS

ସିଂଘମ ଏଗେନରେ ଅର୍ଜୁନ କାପୁରଙ୍କ ଲୁକ ସୃଷ୍ଟି କଲା ଝଡ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ସିଂଘମ ଏଗେନ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ । ବୁଧବାର ରୋହିତ ଏହି ଫିଲ୍ମରେ ଖଳନାୟକ ଭୂମିକା କରିଥିବା ଅର୍ଜୁନ କାପୁରଙ୍କ ଫାଷ୍ଟ ଲୁକ ଶେୟାର କରିଛନ୍ତି । ଗୋଟିଏ ଫଟୋରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ବେଳେ ଅନ୍ୟ ଏକ ଫଟୋରେ ରଣବୀର କାପୁରଙ୍କ ସହ ହସି କରି କଥା ହେଉଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗାନ, ରଣବୀର ସିଂ, ଅକ୍ଷୟ କୁମାର, ଟାଇଗର ଶ୍ରଫ, କରୀନା କାପୁର ଓ ଦୀପିକା ପାଦୁକୋନ ଅଭିନୟ କରୁଛନ୍ତି । ଅର୍ଜୁନ ମଧ୍ୟ ତାଙ୍କ ଲୁକ ଶେୟାର କରି ଲେଖିଛନ୍ତି ୱାଦା କରତା ହୁଁ କି ତବାହୀ ମଂଚାଉଙ୍ଗା । ପୂର୍ବରୁ ରଣବୀର କାପୁର ଓ ଅର୍ଜୁନ କାପୁର ଗୁଣ୍ଡେ ଫିଲ୍ମରେ ଏକତ୍ର ଅଭିନୟ କରିଥିଲେ ।

ସୋସିଆଲ ମିଡିଆରେ ଅର୍ଜୁନଙ୍କ ଲୁକକୁ ୟୁଜର୍ସମାନେ ବେଶ ପସନ୍ଦ କରିଛନ୍ତି । ବବି ଦେଓଲ, ମଲାଇକା ଆରୋରା, ହୁମା କ୍ୟୁରେଶୀ, ବରୁଣ ଧାୱନଙ୍କ ପରି ସେଲିବ୍ରେଟି ମଧ୍ୟ ଏହି ଲୁକ ନେଇ ଅର୍ଜୁନଙ୍କୁ ବେଶ ପସନ୍ଦ କରିଛନ୍ତି । ରୋହିତଙ୍କ କପ ୟୁନିଭର୍ସରେ ପୂର୍ବ ଫିଲ୍ମ ସିଂଘମ, ସିଂଘମ ରିଟର୍ଣ୍ଣସ, ସୂର୍ଯ୍ୟବଂଶୀ ଓ ସିମ୍ବା ଫିଲ୍ମର ହୀରୋଙ୍କୁ ନେଇ ସେ ଏହି ବିଗ ବଜେଟ ଫିଲ୍ମ କରୁଛନ୍ତି ।

Leave A Reply

Your email address will not be published.