Latest Odisha News

BREAKING NEWS

ପ୍ରେମ ଓ ସମର୍ପଣର ପ୍ରତୀକ ହେଉଛି ଏହି ପକ୍ଷୀ, ରାମାୟଣ ସହ ଜଡିତ ଏହାର କାହାଣୀ

ଭୁବନେଶ୍ଵର: ଭାଲେଣ୍ଟାଇନ୍ସ ଡେ ପାଇଁ ଏବେ ଚାରିଆଡେ ପ୍ରେମର ମାହୋଲ । ଦମ୍ପତିମାନେ ନିଜ ପ୍ରେମକୁ ଅନେକ ଉପହାର ଦେବା ସହ ପରସ୍ପର ସହିତ ସମୟ ବିତାଉଛନ୍ତି । ୧୪ ଫେବୃଆରୀରେ ପାଳନ କରାଯାଏ ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ପ୍ରେମ ଦିବସ । ଏହି ଦିନରେ, ପ୍ରେମ କରୁଥିବା ଲୋକମାନେ ନିଜ ପ୍ରେମକୁ ପ୍ରକାଶ କରନ୍ତି ଏବଂ ଏକତ୍ର ବଞ୍ଚିବା ଓ ମରିବା ପାଇଁ ଶପଥ କରନ୍ତି । କିନ୍ତୁ ଯଦି ପ୍ରେମର ଏକ ସଠିକ୍ ଉଦାହରଣ ଦିଆଯାଏ ତେବେ ସାରସ ପକ୍ଷୀର ନାମ ଏଥିରେ ପ୍ରଥମେ ଆସିବ ।

ଏହି ପକ୍ଷୀ ଅତି ପବିତ୍ର ପକ୍ଷୀ ଭାବରେ ପରିଗଣିତ ହୁଏ । ଏହା ହେଉଛି ଉତ୍ତରପ୍ରଦେଶର ରାଜକୀୟ ପକ୍ଷୀ । ଏହା ସହିତ ଛତିଶଗଡ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଆସାମ ଭଳି ରାଜ୍ୟରେ ଏହା ଏକ ପବିତ୍ର ପକ୍ଷୀ ଭାବରେ ବିବେଚନା କରାଯାଏ । ଗୋଣ୍ଡ ଜାତିର ଲୋକମାନେ ପାଞ୍ଚଟି ଦେବତାଙ୍କର ଉପାସକ ଭାବରେ ଏହି ସାରସ ପକ୍ଷୀକୁ ପୂଜା କରନ୍ତି। ସାରସ ପକ୍ଷୀ ସମ୍ବନ୍ଧ ରାମାୟଣ ସହିତ ମଧ୍ୟ ଜଡିତ ରହିଛି ।

ସାରସ ପକ୍ଷୀକୁ ପ୍ରେମ ଓ ସମର୍ପଣର ପ୍ରତୀକ ଭାବରେ ବିବେଚନା କରାଯାଏ | ଏକ ସମ୍ପର୍କର ଶକ୍ତି, ପ୍ରେମ ଏବଂ ସମର୍ପଣକୁ ଭଲ ଭାବରେ ବର୍ଣ୍ଣନା କରିଥାଆନ୍ତି ଏହି ସାରସ ପକ୍ଷୀ । ସାରସ ପକ୍ଷୀ ତା’ର ସାଥୀକୁ ବହୁତ ଭଲ ପାଇଥାଏ ଏବଂ ସବୁବେଳେ ସେମାନେ ଯୋଡି ହୋଇ ଉଡ଼ିବାକୁ ପସନ୍ଦ କରନ୍ତି | ସେମାନଙ୍କର ପ୍ରେମ ଏତେ ଗଭୀର ଯେ ଯଦି ଗୋଟିଏ ସାରସ ପକ୍ଷୀ କୌଣସି କାରଣରୁ ମରିଯାଏ, ତେବେ ଅନ୍ୟଟି ମଧ୍ୟ ଖାଇବା ପିଇବା ବନ୍ଦ କରିଦିଏ ଏବଂ ଅଲଗା ହେବାର ଦୁଃଖରେ ମୃତ୍ୟୁବରଣ କରେ । କୁହାଯାଏ ଯେ ଏହି ପକ୍ଷୀଟି ମଧ୍ୟ ମଣିଷ ପରି ପ୍ରେମ ଅନୁଭବ କରେ |

ସାରସ ପକ୍ଷୀର ଇତିହାସ ରାମାୟଣ ସହିତ ଜଡିତ | ବାଲ୍ମିକୀ ରାମାୟଣ ଲେଖିବା ବେଳେ ତାହାର ଆରମ୍ଭ ଏହି ସାରସ ପକ୍ଷୀର କାହାଣୀରୁ କରିଥିଲେ । ଜଣେ ଶିକାରୀ ଏକ ସାରସ ପକ୍ଷୀ ଯୋଡି ମଧ୍ୟରୁ ଗୋଟିଏ ପକ୍ଷୀ ଉପରେ ତୀର ନିକ୍ଷେପ କରି ଏହାକୁ ନିଜର ଶିକାର କରିଦିଏ, ଯେଉଁଥିପାଇଁ ଅନ୍ୟ ସାରସ ପକ୍ଷୀ ମଧ୍ୟ ବିରହ ଯନ୍ତ୍ରଣାରେ ନିଜର ଜୀବନ ଶେଷ କରିଦିଏ । ଏହି ଘଟଣାରେ ପ୍ରଭାବିତ ହୋଇ ମହର୍ଷି ଶିକାରୀଙ୍କୁ ଅଭିଶାପ ଦେଇଥିଲେ । ଏହି ପଂକ୍ତି ଗୁଡ଼ିକ ରାମାୟଣର ପ୍ରଥମ ଶ୍ଲୋକ ଭାବରେ ଲେଖାଯାଇଛି |

 

 

 

Leave A Reply

Your email address will not be published.