Latest Odisha News

କଣ ଆପଣ ଜାଣନ୍ତି କି, କେତେ କୋଟିର ଥିଲା ଆମ ଦେଶର ପ୍ରଥମ ବଜେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆଜି ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଉପରେ ଏବେ ପୁରା ଦେଶର ନଜର । ଭାରତରେ ବଜେଟର ଇତିହାସ ଅତ୍ୟନ୍ତ ପୁରାତନ । ଦେଶ ସ୍ଵାଧୀନତା ପାଇବା ପୂର୍ବରୁ ଭାରତରେ ବଜେଟ୍ ଉପସ୍ଥାପିତ ହୋଇଥିଲା । କିନ୍ତୁ କଣ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କେବେ ଏବଂ କିଏ ଉପସ୍ଥାପନ କରିଥିଲେ? କେତେ କୋଟିର ହୋଇଥିଲା ପ୍ରଥମ ବଜେଟ? ତେବେ ଆସନ୍ତୁ ଜାଣିବା ସେବିଷୟରେ…

ବ୍ରିଟିଶ୍ ମାନଙ୍କ ଶାନରୁ ସ୍ଵାଧୀନତା ପାଇବା ତିନି ମାସ ମଧ୍ୟରେ ସଂସଦରେ ଉପସ୍ଥାପିତ ହୋଇଥିଲା ପ୍ରଥମ ବଜେଟ୍ । ସ୍ଵାଧିନ ଭାରତର ପ୍ରଥମ କେନ୍ଦ୍ରୀୟ ବଜେଟ୍ ୨୬ ନଭେମ୍ବର ୧୯୪୭ ରେ ଅର୍ଥମନ୍ତ୍ରୀ ଆର.କେ ଶଣମୁଖମ୍ ଚେଟ୍ଟୀଙ୍କ ଦ୍ଵାରା ଉପସ୍ଥାପିତ ହୋଇଥିଲା । ଭାରତ-ପାକିସ୍ତାନ ବିଭାଜନ ହେତୁ ବ୍ୟାପକ ଦଙ୍ଗା ମଧ୍ୟରେ ପ୍ରଥମ ୟୁନିୟନ ବଜେଟ୍ ଉପସ୍ଥାପିତ ହୋଇଥିଲା ।  ଏହି ବଜେଟ୍ କେବଳ ୭.୫ ମାସ ପାଇଁ ହୋଇଥିଲା । କାରଣ ଏହା ପରେ ଦେଶର ଦ୍ୱିତୀୟ ବଜେଟ୍ ୧ ଏପ୍ରିଲ ୧୯୪୮ରୁ କାର୍ଯ୍ୟକାରୀ ହେବାରଥିଲା ।

ପ୍ରଥମ ୟୁନିୟନ ବଜେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର ୧୯୪୮ ପର୍ଯ୍ୟନ୍ତ ଉଭୟ ଭାରତ ଏବଂ ପାକିସ୍ତାନକୁ ସମାନ ମୁଦ୍ରା ବାଣ୍ଟାଯାଇଥିଲା । ବଜେଟରେ ମୁଖ୍ୟ ଖର୍ଚ୍ଚ ଫୁଡ୍ ପ୍ରଡକ୍ସନ, ପ୍ରତିରକ୍ଷା ସେବା ଏବଂ ନାଗରିକ ଉପରେ ଥିଲା | ଦେଶରେ କମ୍ ଖାଦ୍ୟ ଉତ୍ପାଦନ ହେତୁ ଖାଦ୍ୟ ଶସ୍ୟ ଉପରେ ଆତ୍ମନିର୍ଭରଶୀଳତାକୁ ପ୍ରାଧାନ୍ୟ ଦିଆଯାଇଥିଲା | ସେହି ବଜେଟରେ ଆନୁମାନିକ ରାଜସ୍ୱ ଖର୍ଚ୍ଚ ୧୯୭.୩୯ କୋଟି ଟଙ୍କା ଥିଲା, ସେଥିମଧ୍ୟରୁ ୯୨.୭୪ କୋଟି ଟଙ୍କା ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦିଆଯାଇଥିଲା । ପ୍ରତିରକ୍ଷା ବଜେଟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, କାରଣ ସେତେବେଳେ ଦେଶକୁ ବିଭାଜନର ଭାର ବହନ କରିବାକୁ ପଡୁଥିଲା । ଏଭଳି ପରିସ୍ଥିତିରେ ପ୍ରତିରକ୍ଷା ସାମଗ୍ରୀ ଉପରେ ଅଧିକ ଖର୍ଚ୍ଚ କରିବା ଯୁକ୍ତିଯୁକ୍ତ ଏବଂ ଆବଶ୍ୟକ ଥିଲା |

 

 

Comments are closed.