Latest Odisha News

BREAKING NEWS

ବରଫର ଧଳା ଚାଦରରେ ଲୁଚିଗଲେ ମା ବୈଷ୍ଣୋଦେବୀ, ମନମୋହୁଛି ତୁଷାରପାତର ଏହି ଦୃଶ୍ୟ

ଶ୍ରୀନଗର: କାଶ୍ମୀରରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ପର୍ଯ୍ୟଟନ ଶିଳ୍ପ ସହ ଜଡିତ ଲୋକଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି । ଉପତ୍ୟକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନ ଗୁଲମର୍ଗ, ସୋନମର୍ଗ, ପହଲଗାମ, ଅହରବାଲ ଏକ ଧଳା ରଙ୍ଗର ବରଫ ଚାଦରରେ ଆଚ୍ଛାଦିତ ହୋଇଛି । ତାପମାତ୍ରା ଦିନକୁ ଦିନ ଖସୁଥିବାରୁ ସମୟ ସହିତ ତୁଷାରପାତ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଉପତ୍ୟକାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ମା’ ବୈଷ୍ଣୋଦେବୀ ପୀଠରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ପଡିଛି । ତା’ସହ କାଶ୍ମୀର ଅନେକ ପାହାଡିଆ ସ୍ଥାନ ସହ ଉତ୍ତରାଖଣ୍ଡର ଅନେକ ଯାଗାରେ ମଧ୍ୟ ତୁଷାରପାତ ହୋଇଛି ।

ବରଫର ଏକ ଧଳା ଚାଦର ତଳେ ସତେ ଯେପରି ଲୁଚି ଯାଇଛନ୍ତି ମା’ ବୈଷ୍ଣୋଦେବୀ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ପର୍ଯ୍ୟଟକଙ୍କ ମନରେ ଅନେକ ଉତ୍ସାହ ଭରିଯାଇଛି । ଅନ୍ୟପଟେ କାଶ୍ମୀର ଉପର ଅଞ୍ଚଳରେ ଗତ ସପ୍ତାହ ଠାରୁ ତୁଷାରପାତ ଆରମ୍ଭ ହୋଇଛି । କିନ୍ତୁ ଶ୍ରୀନଗରରେ ଏହା ଚଳିତ ବର୍ଷର ପ୍ରଥମ ତୁଷାରପାତ । ପ୍ରବଳ ତୁଷାରପାତ କାରଣରୁ ରାସ୍ତାଘାଟ ସବୁ ବନ୍ଦ ହୋଇଯାଇଛି । ସେହିପରି ଗୁଲମର୍ଗ, ସୋନମର୍ଗ ଅଞ୍ଚଳରେ ଗତ ରବିବାରଠାରୁ ପ୍ରବଳ ତୁଷାରପାତ ଜାରି ରହିଛି । ବର୍ତ୍ତମାନ ଏଠାକାର ଦୃଶ୍ୟ ଦେଖି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶା ରଖିଛି ପର୍ଯ୍ୟଟନ ବିଭାଗ ।

 

Leave A Reply

Your email address will not be published.