ବଲାଙ୍ଗିର: ସେମାନେ ସାଙ୍ଗ ଥିଲେ । ଖୁବ ଭଲ ସାଙ୍ଗ । ଯୁଆଡେ ଯାଉଥିଲେ, ଯାହା କରୁଥିଲେ ଏକାଠି ହିଁ କରୁଥିଲେ। ବୋଧହୁଏ କେହି କାହାରିକୁ ଛାଡିବେ ନାହିଁ ବୋଲି ପରସ୍ପରକୁ କଥା ଦେଇଥିଲେ । ନିଷ୍ପତ୍ତି ନେଇଥିଲେ ଏକାଠି ଜିଇଁବେ-ଏକାଠି ମରିବେ । ଆଉ ଏହି ନିଷ୍ପତ୍ତିକୁ ବି କରି ଦେଖାଇ ଦେଲେ । କେହି କାହାରିକୁ ଛାଡି ଯିବେନି ବୋଲି ହାତ ଧରାଧରି ହୋଇ ଚାଲିଗଲେ ସବୁଦିନ ପାଇଁ । ଏକ ବସ ଦୁର୍ଘଟଣାରେ ଦୁଇ ବନ୍ଧୁଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଦୁଇ ଦୁଇଟ ଭେଣ୍ଡିଆ ପୁଅଙ୍କୁ ହରାଇବା ପରେ ଗାଁରେ ଖେଳି ଯାଇଛି ଶୋକର ଛାୟା । ଏମିତି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଘରୋଇ ବସ ଏକ ବାଇକକୁ ଧକ୍କା ଦେବା ଯୋଗୁ ୨ ସାଙ୍ଗଙ୍କର ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ତୁଷୁରା ଥାନା ନୂଆପଡା ଗାଁର ଆଶୀଷ ମେହେର ଓ ମଳୟ ମନହିରା ।
ମଳୟ ଓ ଆଶୀଷ ପିଲାବେଳୁ ସାଙ୍ଗ । ଗାଁର ସମସ୍ତେ ଏମାନଙ୍କ ବନ୍ଧୁତ୍ୱକୁ ଦେଖିଛନ୍ତି । ଉଭୟେ ସରକାରୀ ଚାକିରି ବି କରନ୍ତି । ଆଶିଷ ଗୁଡଭେଲା ଅଂଚଳର ଏକ ଡାକଘରେ ଚାକିରୀ କରୁଥୁବା ବେଳେ ମଳୟ ତୁଷୁରା ସମବାୟ ସମିତିରେ ଚାକିରୀ କରୁଥିଲେ ।
ଗତକାଲି ଦୁଇ ସାଙ୍ଗ ଏକ ବାଇକରେ ଘରୁ ବାହାରି ପାଟଣାଗଡ଼ର ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଆସୁଥିଲେ । ରାମପୁର ପେଟ୍ରୋଲ ପମ୍ଫ ନିକଟରେ ପାଟଣାଗଡ଼ ପଟୁ ଭୁବନେଶ୍ୱର ଯାଉଥୁବା ଜୟ ମାତାଦି ନାମକ ଏକ ଘରୋଇ ବସ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ପଂଚନାମା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.