Latest Odisha News

BREAKING NEWS

ସାର୍କ ମାଛ ମୁହଁ ଆକୃତିର ଟଏଲେଟ୍ ବେସିନ୍‌

ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଯାହା ଜରିଆରେ ବିଶ୍ୱର କୋଣ ଅନୁକୋଣର ବହୁତ ଅଜବ ଗଜବ ଖବର ଓ ଆଶ୍ଚର୍ଯ୍ୟନଜକ ଜିନିଷ ସବୁ ଦେଖିବାକୁ ମିଳିଥାଏ । ଏଇ ଯେମିତି ଭୟଙ୍କର ଶିକାରୀ ସାର୍କ ମାଛର ମୁହଁ ଆକୃତିର ଟଏଲେଟ୍ ବେସିନ୍ । ଯାହାକୁ ଏବେ ସୋସିଆଲ ମିଡ଼ିଆରେ ଅସଂଖ୍ୟ ଲାଇକ୍ ମିଳୁଛି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି ।

ଏହି ଫଟୋରେ ଦେଖିବାକୁ ମିଳୁଛି ସାର୍କ ମାଛ ମୁହଁ ଆକୃତିର ଟଏଲେଟ୍ ବେସିନ୍ । ସାଧାରଣତଃ ଗଭୀର ସମୁଦ୍ରରେ ରହୁଥିବା ସାର୍କ ମାଛ ଏମିତି ବି ଦେଖିବାକୁ ଭୟଙ୍କର । କାରଣ ସାର୍କର୍କୁ ସମୁଦ୍ରରେ ଭୟଙ୍କର ଶିକାରୀ ବୋଲି କୁହାଯାଏ । ବଡ଼ ବଡ଼ ତିମି ମାଛକୁ ମଧ୍ୟ ଏହି ସାର୍କ ମାଛ ମିଳିତ ଆକ୍ରମଣ କରି ହତ୍ୟା କରିବାର ନଜିର ଅଛି । ଏହି ଫଟୋରେ ସାର୍କ ଆକୃତିର ବେସିନ ଅଧିକ ଭୟଙ୍କର ଲାଗୁଛି । ଏଥିରେ ଆଁ କରିଥିବା ସାର୍କ ମାଛର କରତଭଳି ବଡ଼ ବଡ଼ ଦାନ୍ତ ବାହାରକୁ ବାହାରି ଆସିଛି । ସ୍ଥପତି ଜଣକ ଏହାକୁ ଏମିତି ଢାଞ୍ଚାରେ ତିଆରି କରିଛନ୍ତି ଯେ, ଯାହା ଦେଖିବାକୁ ଭଲ ଲାଗିବ ସିନା, କିନ୍ତୁ ବ୍ୟବହାର କରିବାକୁ ସଂକୋଚ ଲାଗିବ । ଏହି ବେସିନ୍ ବ୍ୟବହାର ଅପେକ୍ଷା ବାହାରକୁ ଶୌଚ ପାଇଁ ଯିବାକୁ ଅଧିକ ପସନ୍ଦ କରିବେ ବୋଲି ଅନେକଙ୍କ ମତ । ତେବେ ଏହି ଡ଼ିଜାଇନର ଟଏଲେଟ୍ ବେସିନଟି କେବଳ ପୁରୁଷମାନଙ୍କ ପାଇଁ ଉଦ୍ଦିଷ୍ଟ ।

 

 

Leave A Reply

Your email address will not be published.