Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ସଡ଼କ ଦୁର୍ଘଟଣା, ୬ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇଦ୍ରାବାଦ ବେଙ୍ଗାଲୁରୁ ହାଇୱେରେ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଦୁର୍ଘଟଣା ଅନନ୍ତପୁରର ପମିଡ଼ି ମଣ୍ଡଳରେ ଅଞ୍ଚଳରେ ହୋଇଥିଲା। ଅଟୋରେ ଅଧିକ ମହିଳା ଶ୍ରମିକ ଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋର ପରଖଚ୍ଚେ ଉଡ଼ିଯାଇଛି। ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ଅନନ୍ତପୁରର କୋପଲ୍ଲାକୋଁ ଡ଼ା ଗାଁର ବୋଲି ଜଣାପଡ଼ିଛି। ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.