Latest Odisha News

BREAKING NEWS

ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ଗାଡି, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୋର: ବାଲେଶ୍ୱର ଜିଲ୍ଲା ସୋର ଅନ୍ତର୍ଗତ ତଳନଗର ନିକଟରେ ଶୁକ୍ରବାର ଦିନ ଏକ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣାଗସ୍ତ ହେବାରୁ ପାଖାପାଖି ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୁଜୁରାଟର ଆରବାଲିରୁ କିଛି ପର୍ଯ୍ୟଟକ ଏକ ୱିଙ୍ଗର ଗାଡି ଜରିଆରେ ପୁରୀ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଫଳରେ ପାଖାପାଖି ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ତେବେ ଏହି ଦୁର୍ଘଟଣା ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Comments are closed.