Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ, ୯ ଆହତ

ବାରିପଦା/ବଲାଙ୍ଗିର: ସକାଳୁ ସକାଳୁ ୨ଟି ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାରିପଦା ଓ ବଲାଙ୍ଗିରରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ଜଣଙ୍କ ଜୀବନ ଯାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭାରସ୍ୟାମ ହରାଇ ଗଛରେ ପିଟି ହେଲା ବୋଲେରୋ । ବାରିପଦା ରଙ୍ଗାମାଟିଆ ଲୁଲୁଙ୍ଗ ରାସ୍ତାରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । କରମ୍ ନାଟରେ ସାମିଲ୍ ହେବାକୁ କୁଳଡ଼ିହାରୁ ତାରାଯୋଡ଼ି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସେହିପରି କରମ୍ ନାଟରେ ସାମିଲ୍ ପାଇଁ ଯାଉଥିବା ବେଳେ ଏକ ଟ୍ରକ୍ ସହ ବାଇକ ଧକ୍କା ହୋଇଛି । ବଲାଙ୍ଗିର ସଦର ଥାନା ମାଧିଆପାଲିରେ ଟ୍ରକ୍‌କୁ ପଛରୁ ପିଟି ଥିଲା ବାଇକ । ଫଳରେ ୨ ବାଇକ୍‌ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ମୃତ ବାଇକ୍ ଆରୋହୀ ଜଣଙ୍କ ଛତିଶଗଡ଼ର ବୋଲି ଜଣାପଡ଼ିଛି ।

 

Comments are closed.