Latest Odisha News

BREAKING NEWS

ଫୁଲବାଣୀ ରାଣୀପଥର ଘାଟିରେ ଓଲଟିଲା ଓଏସଆରଟିସି ବସ୍, ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଫୁଲବାଣୀ: ବୌଦ୍ଧ-କନ୍ଧମାଳ ସୀମାନ୍ତରେ ଓଏସଆରଟିସି ବସ୍ ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ବସଟି ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସିପଡ଼ିଛି । ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

ଖବର ମୁତାବକ, ଆଜି ସକାଳୁ ବସ୍‌ ଟି ଫୁଲବାଣୀରୁ ଅନୁଗୁଳ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ । ବହୁ ସମୟର କସରତ ପରେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଏଥିରେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।

ଦୁର୍ଘଟଣା ପରର ରେସକ୍ୟୁ ଅପରେସନ୍ ବେଶ୍ କଷ୍ଟଦାୟକ ଥିଲା । ବସ୍‌ର କାଚ ଭାଙ୍ଗି ସେଥିରୁ ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା । ଦୁର୍ଘଟଣା ପରେ ଗାଡ଼ି ଛାଡି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

Comments are closed.