Latest Odisha News

BREAKING NEWS

ବାଲି ବୋଝେଇ ହାଇଓ୍ୱା ସହ ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ବଲାଙ୍ଗୀର: ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଘଟଣ । ବାଲି ବୋଝେଇ ହାଇୱା ସହିତ ମୁହାଁମୁହିଁ ଧକ୍କା ପରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧୀନ ବାଗବାହାଲ ଛକର କେନାଲ ନିକଟରେ । ଦୁର୍ଘାଟଣା ପରେ ଘଟଣାସ୍ଥଳରୁ ବାଲି ବୋଝେଇ ହାଇୱା ଡ୍ରାଇଭର ଫେରାର ହୋଇଯାଇଛି ।

ସୂଚନା ଅନୁସାରେ, ଆଜି (ରବିବାର) ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବନ୍ଦରାବନ୍ଧ ପଞ୍ଚାୟତର ଜଏରପଡ଼ା ଗାଁର ପର୍ଶୁରାମ ପୁଟେଲ ଓ ମୁରିବାହାଲ ବ୍ଲକ ଅଧୀନ ସାହାଜପାଣି ଗାଁର ଲମ୍ବୁଧର ବାଇକ ଯୋଗେ ସିନ୍ଧେକେଲା ଯାଉଥିଲେ । ବାଗବାହାଲ ଛକର କେନାଲ ନିକଟରେ ସେମାନେ ଏକ ବାଲି ବୋଝେଇ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲେ ।

ଫଳରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଥିଲେ । ଏହା ଦେଖି ପାଖରେ ଥିବା ସ୍ଥାନୀୟ ଲୋକେ ଦୁଇ ଗୁରୁତରଙ୍କୁ ପ୍ରଥମେ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ପର୍ଶୁରାମଙ୍କୁ ମୃତ ଘୋଷଣା କରିଥିବାବେଳେ ଲମ୍ବୁଧରଙ୍କୁ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

କ୍ଷତିପୂରଣ ଦାବିରେ ମୃତବ୍ୟକ୍ତିଙ୍କ ର ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଚାନ୍ଦୋତରା-ବଲାଙ୍ଗୀର ୪୨ ନମ୍ବର ରାଜ୍ୟ ରାଜପଥର ସିନ୍ଧେକେଲା ହାଟପଦା ଠାରେ ମୃତଦେହ ରଖି ରାସ୍ତାରୋକ କରାଯାଇଥିଲା । ପରେ ପୋଲିସ ଆସି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

Leave A Reply

Your email address will not be published.