Latest Odisha News

BREAKING NEWS

୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍‌, ୨ ମହିଳା ଶ୍ରମିକ ମୃତ

ସୁନ୍ଦରଗଡ଼: ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍‌, ୨ ମହିଳା ଶ୍ରମିକ ମୃତ। ୫ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଉସତାଲି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଶ୍ରମିକଙ୍କୁ ହେମଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ରାସ୍ତା କାମ ପାଇଁ ହେମଗିରିରୁ ଡୁଡୁକା ଯାଉଥିଲେ ୭ରୁ ଅଧିକ ଶ୍ରମିକ। ତେବେ ମୃତକଙ୍କ ପରିଚୟ ମିଳିନାହିଁ।

ସୂଚନା ଅନୁସାରେ ଆଜି ସକାଳେ ଶ୍ରମିକମାନେ ପିକ୍‌ଅପ୍‌ ଭ୍ୟାନରେ ହେମଗିରିରୁ ଡୁଡୁକା ଅଭିମୁଖେ ଯାଉଥିଲେ। ଏହି ସମୟରେ ହେମଗିରି ଥାନା ଉସତାଲି ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣାରେ ୨ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

Leave A Reply

Your email address will not be published.