Latest Odisha News

BREAKING NEWS

କାର୍‌-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା; ଡ୍ରାଇଭର ଗୁରୁତର

ନରାଜ: କଟକ ଜିଲ୍ଲା ବାରଙ୍ଗ ସୁଭାଷ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା। ଫଳରେ କାର ଚାଳକ ଗୁରୁତର ହୋଇଥିବା ସୂଚନା।

ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ତ୍ରିଶୁଳିଆ ଛକପଟୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବିପରୀତ ପଟୁ ଆସୁଥିବା ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ କାର୍‌ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ସୂଚନାପାଇ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର ଚାଳକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ କଟକ ଏସ୍‌ସିବିରେ ଭର୍ତ୍ତି କରାଇଛନ୍ତି।

Leave A Reply

Your email address will not be published.