Latest Odisha News

BREAKING NEWS

ଖଣ୍ଡପଡାରେ ମର୍ମନ୍ତୁଦ ସଡକ ଦୁଘର୍ଟଣା: ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଖଣ୍ଡପଡା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇଓ୍ବା ଧକ୍କାରେ ଚାଲିଯାଇଛି  ଜଣେ ଯୁବକଙ୍କର ଜୀବନ । ଏମିତି କିଛି ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଭାପୁର ଛକ ନିକଟରେ ।

ଖବର ଅନୁଯାୟୀ, ନୟାଗଡ ଭାପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ବତ୍ତର୍ମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି  । ସେପଟେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଖଣ୍ଡପଡା-ଭୁବନେଶ୍ବର ରାସ୍ତା ଅବରୋଧ କରିଛନ୍ତି  । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି  । ପୋଲିସ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା ଜାରି ରଖିଛି  ।

Leave A Reply

Your email address will not be published.