Latest Odisha News

ପାଣି ନିଷ୍କାସନ ପାଇଁ ଟାୟାର ଜାଳି ରାସ୍ତା ଅବରୋଧ

ଶେରଗଡ: ଜମିରୁ ପାଣି ନିଷ୍କାସନ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ପ୍ରାୟ ୫ଶହରୁ ଅଧିକ ଲୋକେ ଏକାଠି ହୋଇଛି ରାସ୍ତା ଅବସରୋଧ କରିଛନ୍ତି । ଗଂଜାମ ଜିଲ୍ଲା ଶେରଗଡ ଚାରିଛକ ନିକଟରେ ଲୋକେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।

ସୂଚନାମୁତାବକ, ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ ଥିବା ୫୦୦ଏକର ଜମିରେ ଗତ ଦଶ ଦିନ ୭ ଫୁଟର ପାଣି ଜମି ରହିଛି। ଫଳରେ ଚାଷ କାର‌୍ୟ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହି ପାଣି ନିଷ୍କାସନ ନିମନ୍ତେ ଶେରଗଡ଼ ଗ୍ରାମବାସୀ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ କିଛି ସୁଫଳ ମିଳିଲା ନାହିଁ ।

ଫଳରେ ମଙ୍ଗଳବାର ୫ ଶହରୁ ଅଧିକ ଲୋକେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । ଗ୍ରାମବାସୀ ଏକ ଜୁଟ ହୋଇ ଶେରଗଡ଼ ଚାରି ଛକ,ବଜାର ଛକ,ତିନିଛକ , କାକିଆ ହୋଟଲ ଛକରେ ଟାୟର ଜାଳି ପ୍ରତିବାଦ କରିଛନ୍ତି । ଫଳରେ ଗାଡି ଚଳାଚଳରେ ବନ୍ଦ ରହିଥିଲା । ପରେ ଶେରଗଡ ତହସିଲଦାର ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଶେରଗଡରେ ସ୍ଥାୟୀ ନାଳ ନିର୍ମାଣ ହେଉ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି ।

Comments are closed.