ବେଗୁନିଆ:ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ଲଗାଣ ବର୍ଷା ହେବା କାରଣରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଲଗାଣ ବର୍ଷାରେ କଣ୍ଟାବାଡ଼ ମଲ୍ଳୀପଦର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଛି। ଯାହା ଫଳରେ କଣ୍ଟାବାଡ଼ରୁ ମଲ୍ଳୀପଦରକୁ ଯୋଗାଯୋଗ ବିଚ୍ଛିନ୍ନ ହେଇଛି।
ସେହିପରି ଓସ୍ତପୁର ଗ୍ରାମରେ ମଧ୍ୟ ଏକାଧିକ ବ୍ୟକ୍ତିଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶିଯାଇଛି।
ଆଜି ସକାଳ ସାଢେ ଆଠଟା ସୁଧା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତାରେ ୪୮ ମିଲିମିଟର ବର୍ଷା ହେଇଥିବା ବେଳେ ବାଲିପାଟଣାରେ ୪୮ ମିଲିମିଟର, ଭୁବନେଶ୍ୱରରେ ୫୦ ମିଲିମିଟର, ଜଟଣୀରେ ୮ ମିଲିମିଟର, ବାଣପୁରରେ ୪୪ ମିଲିମିଟର, ବେଗୁନିଆରେ ୮୪ ମିଲିମିଟର, ବୋଲଗଡରେ ୮୨,ଚିଲିକାରେ ୪୩, ଖୋର୍ଦ୍ଧାରେ ୫୭ ଏବଂ ଟାଙ୍ଗିରେ ବ୍ଳକରେ ୨୨ ମିଲିମିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି।
ଏପଟେ ଲଗାଣ ବର୍ଷାରେ ତଳି ଧାନ ବ୍ୟାପକ ନଷ୍ଟ ହେଇଥିବା ଚାଷୀମାନେ କହିଛନ୍ତି। କିପରି ପୁଣି ଚାଷ ପାଇଁ ବିହନ କେଉଁଠୁ ଆଣିବେ ଫସଲ କିପରି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି।
Comments are closed.