Latest Odisha News

୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ । ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି।

ଗୃହରେ ବିଜେଡି ବିଧାୟକ ଚକ୍ରମଣି କଅଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ।

ଗତ ତିନିବର୍ଷରେ ୧୬,୨୮୭ ବ୍ଯକ୍ତିଙ୍କ ଜୀବନ ଯାଇଥିବାବେଳେ ଏହି ସମୟ ମଧ୍ୟରେ ଅତି କମରେ ୩୦,୪୫୩ ଲୋକ ଆହତ ହୋଇଥିବା ନେଇ ସେ କହିଛନ୍ତି।

ଅପରପକ୍ଷରେ ସଡକ ଦୁର୍ଘଟଣାକୁ ରୋକିବା ପାଇଁ ମୋଟର ଯାନ ଅଧିନିୟମରେ ନିୟମ ଉଲ୍ଲଂଘନକାରୀ ଅପରାଧୀଙ୍କୁ ଇ-ଚାଲାଣ ପଠାଯାଉଛି। ସ୍ପିଡ୍ ଏବଂ ନିଶାସକ୍ତ ଡ୍ରାଇଭିଂ ପାଇଁ ରାଜପଥରେ ସ୍ପିଡ୍ ଡିଟେକସନ ରାଡାର ଏବଂ ବ୍ରିଥ୍ ଆନାଲାଇଜର ସହିତ ୩୭ଟି ଇଣ୍ଟରସେପ୍ଟର ନିୟୋଜିତ ହୋଇଥିବାବେଳେ ଟ୍ରାଫିକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ସମସ୍ତଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଗାଡି ମାଲିକଙ୍କ ବିରୋଧରେ ମୋଟର ଯାନ ଅଧିନିୟମର ଧାରା ୧୮୧ ଏବଂ ୧୯୨ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

Comments are closed.