Latest Odisha News

BREAKING NEWS

ସୁଶାନ୍ତ ସିଂଙ୍କ ନାମରେ ନାମିତ ହେଲା ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ର‌୍ୟୁୟୁଜ ଗଂଜ ରୋଡ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୩୫ତମ ଜନ୍ମ ଦିବସ ଅବସରରେ ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ର‌୍ୟୁୟୁଜ ଗଂଜର ଏକ ରାସ୍ତାର ନାମ ନାମିତ କରାଯାଇଛି । ଦକ୍ଷିଣ ଦିଲ୍ଲର ପାର୍ଷଦ ଅଭିଷେକ ଦତ ଗତବର୍ଷ ସେପ୍ଟମ୍ବରରେ ଏହି ପ୍ରସ୍ତାବ ଦେଇଥିଲେ । ଏ ନେଇ ଏକ ବୈଠକରେ ଆଲୋଚନା ହେବା ପରେ ସ୍ଥାନୀୟ ନଗର ନିଗମ ଏହାକୁ ମଂଜୁରୀ ଦେଇଛି ।

ପ୍ରସ୍ତାବିତ ୮ଟି ରୋଡ ମଧ୍ୟରୁ ଆଣ୍ଡ୍ର‌୍ୟୁଏଜ ଗଂଜଠାରୁ ଇନ୍ଦିରା କ୍ୟାମ୍ପ ପର୍ଯ୍ୟନ୍ତ ଥିବା ରାସ୍ତାକୁ ସୁଶାନ୍ତ ସିଂ ରାଜପୁତ ମାର୍ଗ ରଖାଯାଇଛି । ଏହି ଅଂଚଳର ଅଧିକ ବିହାରର ବାସିନ୍ଦା ରୁହନ୍ତି । ସୂଚନାଯୋଗ୍ୟ ଗତବର୍ଷ ୧୪ ଜୁନରେ ଏହି ପ୍ରତିଭାବାନ୍ ଅଭିନେତାଙ୍କୁ ମୃତ ଅବସ୍ଥାରେ ବାନ୍ଦ୍ରା ସ୍ଥିତ ପ୍ଲାଟରୁ ଉଦ୍ଧାର କରାଯାଇଥିଲା । ଏବେ ଏହି ମୃତ୍ୟୁ ଘଟଣାର ତଦନ୍ତ ସିବିଆଇ କରୁଛି ।

Leave A Reply

Your email address will not be published.