Latest Odisha News

BREAKING NEWS

କଲବଲ କରୁଛି ଅଧାପନ୍ତରିଆ ରାସ୍ତାକାମ, କେବେ ସରିବ ଉଠିଲା ପ୍ରଶ୍ନ

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଥିବା ଗାଁ ଗୁଡିକୁ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଓ ପୋଲ ନିର୍ମାଣ କାମ ସରିପାରୁନି  । ଗୋଟିଏ କାମକୁ ଜଣେ ବଡ଼ ଠିକାଦାର ନେବା ପରେ ସେ ନିଜେ ସେହି କାମକୁ ନ କରି ଅନ୍ୟ ଠିକାଦାର ମାନଙ୍କୁ କାମ  ବିକ୍ରି କରୁଛନ୍ତି  । ଯାହାଦ୍ୱାରା ଆସିଥିବା ଅନୁଦାନ ଭାଗ ଭାଗ ହୋଇ ଅଧିକା ମୁନାଫା ଉଠାଇବା ଚକ୍କରରେ ନିମ୍ନମାନର କାର୍ଯ୍ୟ ହେଉଛି ।

BjdElectrycity

ତେବେ ଏଥିରେ ହତାଶ ହେବା ସହ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ନିମ୍ନମାନର କାମ ଯୋଗୁଁ ବହୁ ନୀରିହ ଲୋକଙ୍କର ଜୀବନ ଯାଉଛି  ।  ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ । ସିକରପାଇ ପଂଚାୟତ ଉପରସାଜା ଗାଁ ନିକଟରେ ନିର୍ମାଣାଧୀନ  କଲଭର୍ଟର ଫଲ୍ସସ୍ଲାପ  ଭୁଶୁଡ଼ି ୪ ଜଣ ଶିଶୁଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଲୋକେ । ପକ୍କା ରାସ୍ତା ଖଣ୍ଡିଏ ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି  । ହେଲେ କିଛି ସୁଫଳ ମିଳିନି  ।  ତେଣୁ ଜିଲ୍ଲା  ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ ଠିକାଦାରଙ୍କ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରି ଲୋକଙ୍କୁ ସୁବିଧା ଯୋଗାଇବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

Leave A Reply

Your email address will not be published.