Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ବଢିବ ସିଦ୍ଧୁଙ୍କ ମୁସ୍କିଲ,ରୋଡ୍ ରେଜ୍ କେସ୍‌ରେ ହେବ ଶୁଣାଣି

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବଢିବ ସିଦ୍ଧୁଙ୍କ ମୁସ୍କିଲ । ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବନ୍ଦ ପଡିଥିବା ରୋଡ୍ ରେଜ୍ କେସ୍‌ ପୁଣି ଥରେ ଖୋଲିଛି । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିବେ ।

୨୦୧୮ରେ ୧୯୮୮ର ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ମାତ୍ର ୧୦୦୦ ଟଙ୍କା ଜରିମାନା ସହିତ ଛାଡି ଦିଆଯାଇଥିଲା। ବିଚାରପତି ଏଏମ ଖାନଓ୍ଵିଲକର ଏବଂ ବିଚାରପତି କିଶନ କୌଲଙ୍କ ପୀଠ ୨୦୧୮ରେ ସିଦ୍ଧୁଙ୍କୁ ନୋଟିସ୍ ଜାରି କରିଥିଲେ। ତେବେ ରୋଡ୍ ରେଜ୍ ଘଟଣାରେ ପ୍ରାଣ  ହରାଇଥିବା ପଟିଆଲା ବାସିନ୍ଦାଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ଦାଖଲ ସମୀକ୍ଷା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏବେ ବିଚାର କରିବେ।

ପୀଠ ନବଜୋତ ସିଦ୍ଧୁଙ୍କୁ ୨୦୧୮ରେ ପୀଡିତ ପରିବାରର ଏକ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସିଦ୍ଧୁଙ୍କ ସଜା କେମିତି ସୀମିତ ହେଲା ତାରି ଉପରେ ବିଚାର କରାଯିବ ।

Comments are closed, but trackbacks and pingbacks are open.